ଓଡ଼ିଶା 365 (ବ୍ୟୁରୋ): ବର୍ତ୍ତମାନ ସମୟରେ ସମସ୍ତେ ସୁନ୍ଦର ଚେହେରା ପାଇଁ ପାଗଳ । ସେଥିପାଇଁ ଅନେକ ସମୟରେ ମୁହଁରେ ବିଭିନ୍ନ ପ୍ରକାରର କଷ୍ଟମେଟିକ ବ୍ୟବହାର କରି ନିଜକୁ ସୁନ୍ଦର ଭାବେ ସଜାଇଥାନ୍ତି ଝିଅ ମାନେ । କୌଣସି କାର୍ଯ୍ୟରେ ବାହାରକୁ ଗଲେ ମୁହଁର ଭଲଭାବେ ଯତ୍ନ ମଧ୍ୟ ନିଅନ୍ତି । ହେଲେ କେହି ବି ପାଦ କଥା ଚିନ୍ତା କରନ୍ତି ନାହିଁ । ହେଲେ ବେଳେ ବେଳେ ପାଦ ଦେଖିବା ପରେ ଆମକୁ ଲାଗିଥାଏ ଯେ ପେଡିକ୍ୟୁଅର୍ କରିବା ବହୁତ ଜରୁରୀ । କାରଣ ବାହାରର ଧୂଳି ପାଦରେ ଲାଗି ହିଲ୍ରେ ଫାଟ ସୃଷ୍ଟି କରିଥାଏ । ଏହା ବ୍ୟତୀତ ପାଦ ରଫ୍ ହୋଇଯାଏ । ସେଥିପାଇଁ ଆମ ପାଦକୁ ମଏଶ୍ଚରାଇଜିଂ ମସାଜ ଦେବା ଉଚିତ ।
ଏହା ସମ୍ଭବ ନୁହେଁ ଯେ ଆମେ ସବୁବେଳେ ପାର୍ଲରରେ ଯାଇ ପେଡିକ୍ୟୁଅର୍ରେ ଅଧିକ ଟଙ୍କା ଖର୍ଚ୍ଚ କରିବା । ତେବେ ଏପରି ପରିସ୍ଥିତିରେ ଆପଣ ଘରେ ବସି ମଧ୍ୟ ପାଦକୁ ସୁନ୍ଦର କରିପାରିବେ । ସେଥିପାଇଁ ଆମେ ଆପଣମାନଙ୍କୁ ଆଜି ଜଣାଇବୁ ଯେ ପାର୍ଲର ନ ଯାଇ କିପରି ଘରୋଇ ଉପାୟରେ ନିଜ ପାଦକୁ ସୁନ୍ଦର ରଖିବେ । ଘରେ ପେଡିକ୍ୟୁଅର୍ କରିବା ପାଇଁ ଆପଣଙ୍କୁ ବହୁତ କମ୍ ଜିନିଷର ଦରକାର ହୋଇଥାଏ । ଯେପରି ପୁମିସ୍ ଷ୍ଟୋନ୍ରେ ହିଲ୍ ସ୍କ୍ରବ୍ କରିବେ । ଏହା ବ୍ୟତୀତ ବେକିଂ ପାଉଡର, ଆପଲ୍ ସାଇଡର ଭିନେଗାର, ନେଲ୍ କଟର, ଓଟସ୍, କଫି ସ୍କ୍ରବ୍, ଗରମ ପାଣି, ନଡିଆ ତେଲ ଏବଂ ମଏଶ୍ଚରାଇଜିଂ ଲୋସନ୍ ସାହାଯ୍ୟରେ ପାଦକୁ ସ୍କ୍ରବ୍ କରିପାରିବେ ।
ପାଦକୁ କିପରି ପେଡିକ୍ୟୁଅର୍ କରିବେ :
ପ୍ରଥମେ ସ୍କ୍ରବିଂରୁ ପେଡିକ୍ୟୁଅର୍ ଆରମ୍ଭ କରିବେ । ଗରମ ପାଣି ନେବେ ଏବଂ ସେଥିରେ ବେକିଂ ସୋଢା ଓ ଆପଲ ସାଇଡ ଭିନେଗାର ମିଶାଇବେ ଏବଂ ସେହି ପାଣିରେ ନିଜ ପାଦକୁ ବୁଡାଇ ରଖିବେ । ପାଦ ବୁଡାଇ ରଖିବାର କିଛି ସମୟ ପରେ ପାଦ ବାହାରକୁ ବାହାର କରି ପୁମିସ୍ ଷ୍ଟୋନ୍ ସ୍କ୍ରବ କରିବା ଆରମ୍ଭ କରିବେ । ଏହା ପରେ ଓଟସ୍ରେ କଫି ପାଉଡର ମିଶାଇବେ ଏବଂ ତାକୁ ପାଦରେ ଲଗାଇ ପୁଣି ସ୍କ୍ରବ କରିବେ । ପ୍ରାୟ ୨୦ ମିନିଟ୍ ସ୍କ୍ରବ କରିବା ପରେ ପାଦକୁ ପାଣିରେ ଭଲ ଭାବେ ଧୋଇ ଦେବେ । ନେଲ୍ କଟ୍ରେ ନଖ କାଟି ସାଇଜ୍ କରିବେ । ଯଦି ନେଲ୍ପେଣ୍ଟ୍ ଲଗାଇଥିବେ ତାହେଲେ ତାକୁ ଭଲ ଭାବେ ସଫା କରିବେ ଏବଂ ପାଦକୁ ଗରମ ପାଣିରେ ପ୍ରାୟ ୩୦ ମିନିଟ୍ ରଖିବେ । ତା’ ପରେ ପାଦକୁ ବାହରକରି ମଏଶ୍ଚରାଇଜିଂ କ୍ରିମ୍ ଲଗାଇ ଭଲ ଭାବେ ମସାଜ କରିବେ । ଏହାର କିଛି ସମୟ ପରେ ପାଦରେ ଅଳ୍ପ ନଡିଆ ତେଲ ଲଗାଇ ମାଲିସ କରିବେ । ତେବେ ଏହି ସବୁ ଘରୋଇ ଉପାୟରେ ଆପଣ ମଧ୍ୟ ନିଜ ପାଦକୁ ସଫା ରଖିପାରିବେ ।