ଓଡ଼ିଶା 365 (ବ୍ୟୁରୋ): ଓଟିପି ସେୟାରିଂ ମାମଲାରେ STF ହାତରେ ଲାଗିଛି ସାଙ୍ଘାତିକ ତଥ୍ୟ। ରିମାଣ୍ଡ ବେଳେ ତଦନ୍ତକାରୀ ସଂସ୍ଥା ଆଗରେ ସତ ଉଗାଳିଛି ଅଭିଯୁକ୍ତ ଇକବାଲ । ପାକିସ୍ତାନ ଏଜେଣ୍ଟଙ୍କ ଠାରୁ ଗୁପ୍ତ ସୂଚନା ଦେବାକୁ ଅଭିଯୁକ୍ତ ଆଣିଥିଲା ୮୫ ଲକ୍ଷ ଟଙ୍କା। ଅଭିଯୁକ୍ତ ଇକବାଲ ହୁସେନ ଆକାଉଣ୍ଟକୁ ପାକିସ୍ତାନରୁ ଆସିଥିଲା ଏହି ଟଙ୍କା। ତେବେ ଦେଶଦ୍ରୋହ, ମନି ଟ୍ରାଞ୍ଜାକ୍ସନ ଓ ସନ୍ଦିଗ୍ଧ ମହିଳାଙ୍କ ସମ୍ପର୍କରେ ମହିଥିବା ମଧ୍ୟ ସୁରାକ ମିଳିଛି। ଏହାସହ STF ହାତରେ ଲାଗିଛି ଅଭିଯୁକ୍ତର ସିଡିଆର ରିପୋର୍ଟ।
ସୂଚନାଯୋଗ୍ୟ, ଦିନକୁ ୧୦ ଥରରୁ ଉର୍ଦ୍ଧ ପାକିସ୍ତାନକୁ କଲ କରୁଥିଲା ଅଭିଯୁକ୍ତ। କଲ କରିବା ପାଇଁ ପ୍ରତିଦିନ ଫୋନ୍ ଓ ସିମ୍ ବଦଳାଉଥିଲା ଇକବାଲ। ଇକବାଲ ହୁସେନ ଘର ଆସମରେ ହୋଇଥିବା ବେଳେ ସେ ବେଙ୍ଗାଳୁରୁରେ ରହୁଥିଲା। ପାକିସ୍ତାନ ଇଣ୍ଟେଲିଜେନ୍ସ ଆର୍ମି ଅଫିସର ଅବଦୁଲ ହମିଦ ଖୁରମ ସହ ଲିଙ୍କ ନେଇ ମଧ୍ୟ ସନ୍ଦେହ ବଢିଛି। ପଠାଣି ଓ ଅଭିଜିତ ସଂଜୟକୁ ଗିରଫ ପରେ ଇକବାଲ ଅନ୍ୟତ୍ର ଫେରାର ହୋଇଯାଇଥିଲା ।