ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ବଲିଉଡ କ୍ୟୁଇନ୍ ପରିଣୀତି ଚୋପ୍ରା ଓ ଆପ୍ ସାଂସଦ ରାଘବ ଚଢ଼ାଙ୍କ ଯୋଡି । କିଛି ଦିନ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ରାଘବ-ପରୀ । ଏହି ଯୋଡିଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଦୁହେଁ ଉଦୟପୁରରେ ପଞ୍ଜାବୀ ରୀତିନୀତରେ ବିବାହ କରିଥିଲେ। ବଲିଉଡ ଏବଂ ରାଜନୀତିର ବହୁ ହାଇ-ପ୍ରୋଫାଇଲ୍ ବ୍ୟକ୍ତିତ୍ୱ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ। ବିବାହ ସମୟରେ ଉଭୟ କ୍ରିମ୍ ରଙ୍ଗର ପୋଷାକରେ ନଜର ଆସିଛନ୍ତି । ମନୀଷ ମଲହୋତ୍ରାଙ୍କ ବେଜ ରଙ୍ଗର ଲେହେଙ୍ଗାରେ ପରୀ ଚମତ୍କାର ଦେଖାଯାଉଥିବାବେଳେ, ତାଙ୍କ ପୋଷାକ ସହିତ ମେଳ ଖାଉଥିବା ସମାନ ସୁନ୍ଦର ଅଳଙ୍କାର ମଧ୍ୟ ପିନ୍ଧିଥିଲେ। ସେହିପରି ବର ରାଘବ ଚଢା ଏକ ସୂକ୍ଷ୍ମ, ଚମତ୍କାର ପିଙ୍କ ରଙ୍ଗର ପୋଷାକରେ ଖୁବ୍ ସୁନ୍ଦର ଦିଶୁଥିଲେ। ଯାହାର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ହେଲେ ତାଙ୍କ ଫଟୋ ଓ ଭିଡିଓ ଦେଖି ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରିବା ସହ ରାଘନୀତି, ରଣବୀର-ଆଲିଆଙ୍କ ବିବାହ ପୋଷାକ ଓ କିଆରା-ସିଦ୍ଧାର୍ଥଙ୍କ ‘ଏଣ୍ଟ୍ରି ଡ୍ୟାନ୍ସ’ କପି କରିଥିବା କହିବା ଆରମ୍ଭ କରିଥିଲେ।
ହେଲେ ଏସବୁର ଉତ୍ତର ଦେଇ ସମସ୍ତଙ୍କ ମୁହଁ ଚୁପ୍ କରିଦେଇଛନ୍ତି ପରୀ । ସେ କହିଛନ୍ତି ଯେ, ତାଙ୍କ ବିବାହରେ ସେ କାହିଁକି ଅତି ସାଧାରଣ ଲୁକ୍ ବାଛିଥିଲେ । ପରୀଙ୍କ ଷ୍ଟାଇଲିଷ୍ଟ ନିଧି ଅଗ୍ରୱାଲ ଏବଂ ଶ୍ରଦ୍ଧା ଲଖାନି ଏକ ସାକ୍ଷାତକାର ଦେଇ କହିଛନ୍ତି ଯେ, ପରିଣୀତି ତାଙ୍କ ବିବାହରେ ସାଧାରଣ ଦେଖାଯିବାକୁ ଚାହୁଥିଲେ। ସେ ନିଜେ ଯେମିତି ତାଙ୍କ ବିବାହକୁ ଉପଭୋଗ କରିପାରିବେ ସେଥିପାଇଁ ସେ ଆମକୁ କହିଥିଲେ ଯେ, ମୁଁ ମଜା କରିବାକୁ ଚାହୁଁଛି। ମୋ ସହ ହିରୋଇନ୍ ଭଳି ବ୍ୟବହାର କର ନାହିଁ। ମୁଁ ଚାହେଁ ନାହିଁ ଯେ ମୋର ଦୁପଟା ଧରି କେହି ମୋ ପଛେ ପଛେ ଆସୁ। ମୁଁ ସେଦିନ ବହୁତ ଆରାମଦାୟକ ଅନୁଭବ କରିବାକୁ ଚାହେଁ। ଏମିତିକି ହିଲ୍ସ ମଧ୍ୟ ପିନ୍ଧିବାକୁ ଚାହେ ନାହିଁ। ମୋତେ ଫ୍ଲାଟ ଚପଲ ବା ସ୍ନିକର୍ ଦେବ। ଏହି କାରଣ ପାଇଁ ସେ ସାଧାରଣ ପୋଷାକ ବ୍ୟବହାର କରିଥିଲେ ।