ଓଡ଼ିଶା 365 (ବ୍ୟୁରୋ): ଆସିଷ୍ଟାଣ୍ଟ କଲେକ୍ଟର ରସ୍ମିତା ମିଞ୍ଜ ଓ ଏଏସଆଇ ଆଲିଶା ଲୁଗୁନ ହତ୍ୟାର ସିବିଆଇ ତଦନ୍ତ ଦାବିରେ ଆଜି ୧୨ଘଣ୍ଟିଆ ସୁନ୍ଦରଗଡ ବନ୍ଦ । ସୁନ୍ଦରଗଡ଼ ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ବିଜେପି ମହିଳା ମୋର୍ଚ୍ଚା ଓ ଆଦିବାସୀ ମୋର୍ଚ୍ଚା ପକ୍ଷରୁ ସକାଳ ୬ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ । ଗତ ସେପ୍ଟେମ୍ବର ୨୧ ତାରିଖରେ ରାଉରକେଲା ସ୍ଥାନୀୟ ସେନ୍ସୋରୀ ପାର୍କ ପୋଖରୀରୁ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କର ସନ୍ଦେହଜନକ ଭାବରେ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ତା’ର କିଛି ଦିନ ପରେ ଅର୍ଥାତ୍ ଅକ୍ଟୋବର ୨ ତାରିଖରେ ଏଏସଆଇ ଆଲିଶା ଲୁଗୁନଙ୍କ ମୃତଦେହ ଏକ ଦୁର୍ଘଟଣାସ୍ଥଳରେ ଭିଡ ନିୟନ୍ତ୍ରଣ କରିବାକୁ ଯାଇଥିବା ବେଳେ ଘଟିଥିଲା।
ତେବେ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ରହସ୍ୟଜନକ ମୃତ୍ୟୁର କିଛି ଦିନ ପରେ ରାଉରକେଲାରେ ମହିଳା ଏଏସ୍ଆଇ ଆଲିଶା ନରମି ଲୁଗୁନଙ୍କ ଅଚାନକ ମୃତ୍ୟୁ ଏକ ହତ୍ୟା ଷଡ଼ଯନ୍ତ୍ରକୁ ନେଇ ହୋଇଥିବା ସନ୍ଦେହ କରୁଛନ୍ତି ସାଧାରଣ ଲୋକେ। ଏହାକୁ ନେଇ ସହରରେ ଆଲୋଡ଼ନ ସୃଷ୍ଟି ହୋଇଥିବାବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ । ଏପରି କି ଏହି ଘଟଣାରେ ନିର୍ଦ୍ଦିଷ୍ଟ ଦୁଇ ବରିଷ୍ଠ ଅଧିକାରୀ ସମ୍ପୃକ୍ତ ଥିବା ସେମାନେ କହିଛନ୍ତି । ତେଣୁ ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସିବିଆଇ ତଦନ୍ତ ଦାବିକରି ଆଜି ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ଦେଇଛି ବିଜେପି ।