ଓଡ଼ିଶା ୩୬୫(ବ୍ୟୁରୋ): ଆଜି ଜାପାନରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପର ତୀବ୍ରତା ୬.୬ ବୋଲି କୁହାଯାଉଛି । ଏହା ପରେ ଜାପାନର ପାଣିପାଗ ବିଭାଗ ମଧ୍ୟ ସୁନାମି ସମ୍ପର୍କରେ ଚେତାବନୀ ଦେଇଛି। ଜାପାନ ସମୟ ୫ ଅକ୍ଟୋବର ଦିନ ୧୧ ଟା ସମୟରେ ଏହି ଭୂକମ୍ପ ଘଟିଥିଲା।
ଜାପାନର ଇଜୁ ଦ୍ୱୀପରେ ୧ ମିଟର ଉଚ୍ଚତା ବିଶିଷ୍ଟ ତରଙ୍ଗ ପୂର୍ବାନୁମାନ କରିଥିବାବେଳେ ପୂର୍ବର ଚିବା ପ୍ରିଫେକ୍ଟର ଠାରୁ ପଶ୍ଚିମରେ କାଗୋସିମା ପ୍ରିଫେକ୍ଟର ପର୍ୟ୍ୟନ୍ତ ୦.୨ ମିଟର ପର୍ୟ୍ୟନ୍ତ ତରଙ୍ଗ ହେବାର ଆଶଙ୍କା ରହିଛି। ସତର୍କତା ଭାବରେ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ଉଚ୍ଚ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି।