ଓଡ଼ିଶା 365 (ବ୍ୟୁରୋ): ଆଜି
ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ
ବନକଲାଗି ନୀତି। ଦ୍ୱିତୀୟଭୋଗମଣ୍ଡପ ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ
ଶ୍ରୀମୁଖ ସୃଙ୍ଗାର କରିବେ ଦତ୍ତମହାପାତ୍ର । ଗୋଷ୍ଠୀଗତ
ଭାବେ ଦତ୍ତମହାପାତ୍ରମାନେଠାକୁରଙ୍କ
ଶ୍ରୀମୁଖ ସିଂହାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ
ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ
କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଚମକି ଉଠିବ । ଏହା ଏକ ଗୁପ୍ତ
ସେବା ଓ ଆଜି ଏହା ଏକ ସ୍ୱତନ୍ତ୍ର ନୀତି ହୋଇଥିବାରୁ ପ୍ରାୟ ଛଅ ଘଣ୍ଟାର ନୀତି ରହିଛି । ଏଣୁ
ରାତ୍ର ନଅଟାରୁ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ଲୋକସମ୍ପର୍କ ଅଧିକାରୀ ସୂଚନା
ଦେଇଛନ୍ତି ।
ତେବେ ବନକଲାଗି ନୀତି ଲାଗି ଅପରାହ୍ଣ
୫ଟାରୁ ୯ଟା ପର୍ଯ୍ୟନ୍ତ ବନ୍ଦ ରହିବସର୍ବସାଧାରଣ
ଦର୍ଶନ। ଏନେଇ ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ପାଳିଆପୂଜାପଣ୍ଡା, ପାଳିଆ
ଖୁଣ୍ଟିଆ, ଗରାବଡ଼ୁ, ପାଳିଆ
ପୁଷ୍ପାଳକ, ଚାଙ୍ଗଡ଼ା ମେକାପ, ମୁଦୁଲି ଆଦି
ସେବକଙ୍କ ଏହି ନୀତିରେ ନିୟୋଜିତ ହୋଇଥାଆନ୍ତି । ବନକଲାଗି ପରେ
ମହାସ୍ନାନହୋଇ ଦର୍ଶନ ସ୍ୱାଭାବିକ ଦର୍ଶନ ଦେବେ ମହାପ୍ରଭୁ।