ଓଡ଼ିଶା ୩୬୫(ବ୍ୟୁରୋ): ଗତ କିଛି ଦିନ ହେବ ଆକ୍ସନ ମୁଡରେ ରହିଛି ଇଡି । ଗତକାଲି ଆପ୍ ନେତା ସଞ୍ଜୟ ସିଂଙ୍କ ଘରେ ମାରାଥନ ରେଡ କରିବା ପରେ ସଧ୍ୟାରେ ତାଙ୍କୁ ଗିରଫ କରିଥିଲା । ବର୍ତ୍ତମାନ ସଞ୍ଜୟ ସିଂଙ୍କ ପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ପଶ୍ଚିମବଙ୍ଗ ସରକାରର ମନ୍ତ୍ରୀ ରଥିନ ଘୋଷଙ୍କ ଘରେ ଚଢାଉ କରିଛି। ମାଧ୍ୟାମଗ୍ରାମ ପୌରପାଳିକାରେ ନିଯୁକ୍ତି ସ୍କାମ ସମ୍ପର୍କରେ ଏହି ଚଢାଉ କରାଯାଉଛି। ପଶ୍ଚିମବଙ୍ଗରେ ଇଡିର ଏହି ଆକ୍ରମଣ ଏକ ସମୟରେ ଘଟିଛି ଯେତେବେଳେ ଆୟକର ବିଭାଗ ଗୁରୁବାର ସକାଳ ୬ଟାରୁ ଡିଏମକେ ସାଂସଦ ଏସ ଜଗତରକ୍ଷକଙ୍କ ଘରେ ଚଢାଉ କରୁଛି। ଗତ କିଛି ଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଇଡି ଚଢାଉ ଜାରି ରଖିଛି ।
ବୁଧବାର (ଅକ୍ଟୋବର ୫) ଦିନ ଇଡି ଆମ୍ ଆଦମୀ ପାର୍ଟି (ଆପ୍) ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ଦିଲ୍ଲୀ ଲିକର୍ ପଲିସି ସ୍କାମରେ ଗିରଫ କରିଛି। ବୁଧବାର ସକାଳେ ସଞ୍ଜୟ ସିଂଙ୍କ ସରକାରୀ ବାସଭବନରେ ଇଡି ଅଧିକାରୀମାନେ ଚଢାଉ କରିଥିଲେ। ଏହା ପରେ ଦିନସାରା ପଚରାଉଚରା ଜାରି ରହିଥିଲା ଏବଂ ପରେ ସନ୍ଧ୍ୟାରେ ତାଙ୍କୁ ଗିରଫ କରାଯାଇଥିଲା।
ବଙ୍ଗଳାରେ କେତେ ସ୍ଥାନରେ ଚଢାଉ କରାଯାଉଛି?
ବଙ୍ଗଳା ସରକାରୀ ମନ୍ତ୍ରୀ ରଥିନ ଘୋଷଙ୍କ ଘର ଓ କାର୍ୟ୍ୟାଳୟ ଉପରେ ଇଡି ଚଢାଉ କରୁଛି। ନ୍ୟୁଜ୍ ଏଜେନ୍ସି ଏଏନଆଇ ଅନୁଯାୟୀ, ରାଜଧାନୀ କୋଲକାତା ଏବଂ ଉତ୍ତର ୨୪ ପରଗାନା ଜିଲ୍ଲା ସମେତ ୧୨ ଟି ସ୍ଥାନରେ ଇଡି ଚଢାଉ ଜାରି ରହିଛି। ଅର୍ଥ ହେରଫେର ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତ୍ରୀଙ୍କ ଘରେ ଚଢାଉ କରାଯାଇଛି। ବର୍ତ୍ତମାନ ପର୍ୟ୍ୟନ୍ତ ଏହି ଆକ୍ରମଣରେ ଟିଏମସି କିମ୍ବା ରଥିନ ଘୋଷଙ୍କଠାରୁ କୌଣସି ସରକାରୀ ବିବୃତ୍ତି ଆସିନାହିଁ।