ଓଡ଼ିଶା 365 (ବ୍ୟୁରୋ) : ଚୀନର ହାଙ୍ଗଝୌରେ ଖେଳାଯାଉଥିବା ଏସିଆନ ଗେମ୍ସରେ ଜାଭେଲିନ୍ ଥ୍ରୋରେ କମାଲ୍ କରିଛନ୍ତି ଭାରତୀୟ। ଜାଭେଲିନ ଷ୍ଟାର୍ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ହାତେଇଥିବାବେଳେ, ଓଡ଼ିଆ ପୁଅ କିଶୋର ଜେନା ରୌପ୍ୟ ପଦକ ଜିତି ଐତିହାସିକ ସଫଳତା ହାସଲ ସହ ପ୍ରଥମ ଓଡ଼ିଆ ହୋଇଛନ୍ତି। ନିଜ କ୍ୟାରିୟରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ରୌପ୍ୟ ପଦକ ଜିତିଛନ୍ତି। ଫାଇନାଲ୍ରେ କିଶୋର ନୀରଜ ଚୋପ୍ରାଙ୍କୁ କଡ଼ା ଟକ୍କର ଦେଇ ୮୭.୫୪ ମିଟର ଜାଭେଲିନ ଫିଙ୍ଗି ରୌପ୍ୟ ଜିତିଛନ୍ତି। ଏହା ପୂର୍ବରୁ ବିଶ୍ଵ ଆଥଲେଟିକ୍ସ ଚାମ୍ପିଅନସିପରେ କିଶୋର ୮୪.୭୭ ମିଟର ଭାଲା ଫିଙ୍ଗି ପଞ୍ଚମ ସ୍ଥାନ ହାସଲ କରିଥିଲେ। ଏହା ତାଙ୍କ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ଥିଲା ଯାହାକୁ ସେ ଏସୀୟ କ୍ରୀଡ଼ା ୨୦୨୩ରେ ଅତିକ୍ରମକରିଛନ୍ତି। ରାଜ୍ୟର ପ୍ରଥମ ବ୍ୟକ୍ତି ଭାବେ ବିଶ୍ଵ ଆଥଲେଟିକ୍ସରେ ସେ ଭାଗ ନେଇଥିଲେ। କିଶୋର ଜେନାଙ୍କ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଢ଼ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ୨୭ ବର୍ଷୀୟ କିଶୋର ଜେନା ହେଉଛନ୍ତି ଓଡ଼ିଶାରପୁରୀ ଜିଲ୍ଲାର ବାସିନ୍ଦା ।
ପୁରୁଷ ଜାଭେଲିନ ଥ୍ରୋ ବର୍ଗରେ ନୀରଜ ଚତୁର୍ଥ ଥର ପ୍ରୟାସ କରି ୮୮.୮୮ମିଟର ଦୂରକୁ ଜାଭଲୀନ ଫିଙ୍ଗିଥିଲେ। ଏସିଆନ୍ ଗେମ୍ସରେ ଗତ ୪ ବର୍ଷ ତଳେ ସ୍ୱର୍ଣ୍ଣ ହାସଲ କରିଥିଲେ ନୀରଜ। ନୀରଜ ପ୍ରଥମ ପ୍ରୟାସରେ ୮୨.୩୮ ମିଟର,ଦ୍ୱିତୀୟରେ ୮୪.୪୯ ,ଚତୁର୍ଥ ପ୍ରୟାସରେ ସେ ୮୮.୮୮ ମିଟର ଜାଭେଲିନ ଫିଙ୍ଗିଥିବା ବେଳେ ପଞ୍ଚମରେ ୮୦.୮୦ ମିଟର ଦୂରକୁ ଜାଭେଲିନ ଫିଙ୍ଗିବାର ସକ୍ଷମ ହୋଇଥିଲେ। ଅନ୍ୟପଟେ କିଶୋର ଜେନା ସ୍ୱର୍ଣ୍ଣ ପଦକ ହାସଲ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ କିଛି ମିଟର ଦୂରରେ ରହିଯାଇଥିଲେ। ମାତ୍ର ୮୭.୫୪ ମିଟର ଦୂରକୁ ଜାଭେଲିନ ଫିଙ୍ଗି ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ୨ଭାରତୀୟ ନୀରଜଙ୍କୁ ସ୍ୱର୍ଣ୍ଣ,କିଶୋରଙ୍କୁ ମିଳିଛି ରୌପ୍ୟ ପଦକ,ସେହିପରି ଜାପାନ ଡିନ ଗେଙ୍କି ରୋଡେରିକ କାଂସ୍ୟ ପଦକ ହାସଲ କରିଓୱଏଓୱଏ୍ଂମଥିଲେ। ସେ ଫାଇନାଲ୍ରେ ୮୨. ୬୮ ମିଟର ଥ୍ରୋ କରିଥିଲେ। ଜାଭେଲିନ୍ ଥ୍ରୋରେ ଭାରତର ଦମଦାର ଦେଖିବାକୁ ମିଳିଛି ।