ଓଡ଼ିଶା 365 (ବ୍ୟୁରୋ) : ସଚିବଙ୍କୁ ବିରୋଧ କରି ପଦବି ଗଲା । ଦଳରୁ ବହିଷ୍କାର ହେଲେ ସୈାମ୍ୟ । ନିଜ ଖବରକାଗଜରେ ନିଜେ ଦୁର୍ନୀତି କରିଥିବା ଖବର ଅନ୍ୟମାନେ ପ୍ରକାଶ କଲେ । ଶେଷକୁ ନିଜେ ଗଢ଼ିଥିବା ସଂସ୍ଥାରୁ ନିଜେ ସଂପାଦକ ପଦରୁ ଓହରିଗଲେ ସୈାମ୍ୟରଂଜନ ପଟ୍ଟନାୟକ । ଦିନେ ସଂପାଦକୀୟକୁ ନେଇ ସାରା ରାଜ୍ୟରେ ଚହଳ ପକାଉଥିବା ସୈାମ୍ୟପଟ୍ଟନାୟକ ଏବେ ଅନ୍ୟରାସ୍ତାରେ ପାଦଦେବେ । ନିର୍ବାଚନକୁ ଦିନକେଇଟା ଥିବାବେଳେ ସେ ବିଜେପିକୁ ଯିବେ କି କଂଗ୍ରେସକୁ ଯିବେ ନା ନିଜର ଦଳକୁ ପୁଣି ଚାଲୁକରିବେ ତାକୁ ନେଇ ଚର୍ଚା ହେଉଥିବା ବେଳେ ବୃହତର ସ୍ବାର୍ଥ ପାଇଁ ସେ ବିଜେପି ଶରଣ ପଶିଥିବା କୁହାଯାଉଛି । ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହିଛନ୍ତି ବିଜେଡିରୁ ବହିଷ୍କୃତ ଖଣ୍ଡପଡ଼ା ବିଧାୟକ ତଥା ସମ୍ବାଦର ପ୍ରତିଷ୍ଠାତା ସୌମ୍ୟରଞ୍ଜନ ପଟ୍ଟନାୟକ । ସମୟ ଗଢିବା ସହ ବାରମ୍ବାର ଦଳ ବଦଳାଉଥିବା ସୌମ୍ୟଙ୍କୁ କିଏ ଆପଣେଇବ ତାହା ବଡ଼ ପ୍ରଶ୍ନ । ବିଜେଡିରୁ ବହିଷ୍କୃତ ହେବାପରେ ଓ ସମ୍ବାଦର ଲୋନ୍ ସ୍କାମ ଅଭିଯୋଗରେ ଇଓଡବ୍ଲ୍ୟୁ ପକ୍ଷରୁ ସମ୍ବାଦ ଅଫିସରେ ଘନଘନ ରେଡ କୁ ନେଇ ସେ ଏବେ ଚିନ୍ତାରେ। ଏହି ମାମଲା ରୁଜୁ ହେବାପରଠୁ ସୌମ୍ୟ ନିଜକୁ ସାର୍ବଜନୀନ କାର୍ଯ୍ୟକ୍ରମରୁ ଦୂରେଇ ରଖିଛନ୍ତି । ନିଜ ସମ୍ପାଦକୀୟ ମାଧ୍ୟମରେ ଫାଇଭ-ଟି ସଚିବ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରି ସୌମ୍ୟ ଉଭୟ ଦଳୀୟ ଓ ସରକାରୀ ଆକ୍ରୋଶର ଶିକାର ହୋଇସାରିଛନ୍ତି । ଯେଉଁଥିଲାଗି ତାଙ୍କୁ ବିଜେଡି ଦଳରୁ ବିଦା କରିଛି। ଏହାରି ମଧ୍ୟରେ ସେ କିଛି ଦିନ ପୂର୍ବରୁ ବିଜେପି ଚାଣକ୍ୟ ଅମିତ ଶାହଙ୍କୁ ଦିଲ୍ଲୀରେ ଭେଟି ରାଜନୈତିକ ଭବିଷ୍ୟତ ଉପରେ ଚର୍ଚା କରିଛନ୍ତି । ପଦ୍ମ ଧରିବାକୁ କୁଆଡେ ୨ଟି ସର୍ତ୍ତ ରଖିଛନ୍ତି ଗୋଟିଏ ତାଙ୍କୁ ରାଜ୍ୟପାଳ ପଦ ଦେବା ଅନ୍ୟଟି ୨୪ଇଲେକ୍ସରେ ତାଙ୍କ ଝିଅଙ୍କୁ ଟିକେଟ୍ ମିଳିବା । ଅବଶ୍ୟ ଏହା କେତେ ସତ ତାହା ସେ ଏବଂ ବିଜେପି ଜାଣେ । ଏହାରି ମଧ୍ୟରେ ଦୈନିକ ଖବରକାଗଜ ସମ୍ବାଦର ୪୦ତମ ବାର୍ଷିକ ଉତ୍ସବରେ ସୌମ୍ୟ ପ୍ରଥମଥର ପାଇଁ ବାର୍ଷିକ ଉତ୍ସବରୁ ନିଜକୁ ଦୂରେଇ ରଖିଛନ୍ତି ।
ଝିଅ ତନୟା ପଟ୍ଟନାୟକଙ୍କୁ ସମ୍ବାଦର ନୂଆ ସମ୍ପାଦକ ଦାୟିତ୍ୱ ଦେଇ ସବୁଦିନ ପାଇଁ ନିଜର ବ୍ୟବସାୟିକ ସଂସ୍ଥାରୁ ଓହରି ଯାଇଛନ୍ତି ସୌମ୍ୟ । ଇଓଡବ୍ଲ୍ୟୁରେ ମାମଲା ରୁଜୁ ପରଠୁ ଅଜ୍ଞାତବାସରେ ରହୁଥିବା ସୌମ୍ୟଙ୍କ ପରବର୍ତ୍ତୀ ପଦକ୍ଷେପ କଣ ହେବ,ତା ଉପରେ ସମସ୍ତଙ୍କ ନଜର ରହୁଥିବାବେଳେ ନବୀନ ପଟ୍ଟନାୟକ ସରକାରରେ ବ୍ୟବସ୍ଥାଗତ ତ୍ରୁଟି ବିରୁଦ୍ଧରେ ତାଙ୍କର ଶାଣିତ ସ୍ୱର ପୂର୍ବପରି ରହିବ ନା ଚୁପ ହୋଇଯିବ ତାହା ମଧ୍ୟ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୌମ୍ୟଙ୍କୁ ଉଭୟ ରାଜନୀତିକ ଓ ବ୍ୟବସାୟିକ କ୍ଷେତ୍ରରେ ନିଷ୍କ୍ରିୟ କରିଦେବାର ଯୋଜନାରେ ବିଜେଡି ସଫଳ ହେବକି, ନା ସାଧାରଣ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ସୌମ୍ୟଙ୍କ ଉପରେ ଚାପ ଜାରି ରଖିବା ଲାଗି ଏହି ତଦନ୍ତ ଜାରି ରହିବ ତାହା ମଧ୍ୟ କହିବା ମୁସ୍କିଲ। ନବୀନଙ୍କ ଥରେ ଶତ୍ରୁ ହେଲେ ସେ ଯେମିତି ସ୍ବଭାବ ରଖନ୍ତି ଏହା ସମସ୍ତେ ଜାଣନ୍ତି । ତେବେ ସୈାମ୍ୟ ୨୪ ନିର୍ବାଚନରେ ବିଜେପି,କଂଗ୍ରେସ ନା ସ୍ୱାଧିନ ପ୍ରାର୍ଥୀ ଭାବେ ଓହ୍ଲାଇବେ ମଇଦାନକୁ ।