ଓଡ଼ିଶା ୩୬୫(ବ୍ୟୁରୋ): ଜାମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ବୁଧବାର (ଅକ୍ଟୋବର ୪) ଜାମ୍ମୁ କାଶ୍ମୀରର କୁଲଗ୍ରାମ ଜିଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଦ୍ୱାରା ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ। ପୋଲିସର ସୂଚନାନୁସାରେ, ଏହି ଏନକାଉଣ୍ଟର କୁଲଗ୍ରାମର କୁଞ୍ଜର ଅଞ୍ଚଳରେ ଘଟିଥିଲା।
ପ୍ରାୟ ଚାରି ଘଣ୍ଟା ପୂର୍ବରୁ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟରେ କାଶ୍ମୀର ଜୋନ୍ ପୋଲିସ କହିଛି ଯେ କୁଲଗାମର କୁଞ୍ଜାର ଅଞ୍ଚଳରେ ଏକ ଏନକାଉଣ୍ଟର ହୋଇଛି। ପୋଲିସ ଏବଂ ସୁରକ୍ଷା ବାହିନୀ ସେମାନଙ୍କ କାର୍ୟ୍ୟ କରୁଛନ୍ତି।