ଓଡ଼ିଆ 365 (ବ୍ୟୁରୋ): ଚର୍ଚ୍ଚାରେ ବିରୁଷ୍କା । ପୁଣିଥରେ ମା’ ହେବାକୁ ଯାଉଛନ୍ତି ଅନୁଷ୍କା,ବାପା ଡାକ ଶୁଣିବେ କ୍ରିକେଟର୍ ବିରାଟ କୋହଲି । ଖୁବଶୀଘ୍ର ଘରକୁ ଆସିବେ କୁନି ଅତିଥି, ହସ ଖୁସିରେ ଫାଟି ପଡ଼ିବ ଗାଁ ଦାଣ୍ଡ । ବିରାଟ ଓ ଅନୁଷ୍କା ଉଭୟ କ୍ରିକେଟ୍ ଓ ବଲିଉଡ୍ ଜଗତରେ ଏକ ପରିଚିତ ଯୋଡ଼ି। ଯାହାଙ୍କୁ ନେଇ ଏକ ବଡ଼ ଖବର ଚର୍ଚ୍ଚାକୁ ଆସିଛି । ଖବର ଅନୁସାରେ, ଅନୁଷ୍କା ପୁନର୍ବାର ମାଆ ବନିବାକୁ ଯାଉଛନ୍ତି। ବିରୁଷ୍କାଙ୍କ ଘରେ ପୁଣି ଏକ କୁନି ପିଲାର ଆଗମନ ହେବାକୁ ଯାଉଛି ବୋଲି ପ୍ରକାଶ ପାଇଛି। ଅଭିନେତ୍ରୀ ଦ୍ବିତୀୟ ଥର ମାଆ ବନିବାକୁ ଯାଉଥିବା ବେଳେ ପତି-ପତ୍ନୀ ପୂରା ପ୍ରସ୍ତୁତି ଆରମ୍ଭ କରିଛନ୍ତି।ଅନୁଷ୍କା ଏବେ ତାଙ୍କର ଦ୍ବିତୀୟ ତ୍ରୈମାସିକରେ ଅଛନ୍ତି ଓ ନିଜ ଗର୍ଭକାଳୀନ ସମୟକୁ ଖୁବ୍ ଉପଭୋଗ କରୁଛନ୍ତି। କୁହାଯାଉଛି କି ଗତ ଥର ଭଳି ଦମ୍ପତି ଏଥର ବି ଶେଷ ମୁହୂର୍ତ୍ତରେ ଲୋକଙ୍କ ସହ ଖୁସି ଖବର ସେୟାର୍ କରିବେ। ଅନୁଷ୍କା ଗର୍ଭବତୀ ଅଛନ୍ତି ବୋଲି ଆଉ ଏକ କାରଣରୁ ବି ଅନୁମାନ କରାଯାଉଛି। କିଛି ଦିନ ତଳେ ଏହି ଲର୍ଭବାର୍ଡସଙ୍କୁ ଏକ ମାର୍ଟନିଟି କ୍ଲିନିକ୍ ବାହାରେ ଦେଖିବାକୁ ମିଳିଥିଲା।
ସେପଟେ ଅନୁଷ୍କାଙ୍କ ଗର୍ଭବତୀ ଖବର ପାଇ ବିରାଟ କୋହଲି ଜରୁରୀକାଳୀନ ପରିସ୍ଥିତିରେ ମ୍ୟାଚ ଛାଡି ମୁମ୍ବାଇ ଫେରିଥିଲେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଅନ୍ୟପଟେ ଚର୍ଚ୍ଚା ହେଉଛି ଯେ, ଖୁବଶୀଘ୍ର ଅନୁଷ୍କା ବଲିଉଡକୁ ଅଲବିଦା କହିବାକୁ ଯାଉଛନ୍ତି । ଅଭିନେତ୍ରୀଙ୍କ ଏକ କ୍ଲିପ୍ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଅଭିନୟ ଛାଡିବା ବିଷୟରେ କହିଛନ୍ତି। ସିମି ଗାରେୱାଲଙ୍କୁ ଏକ ସାକ୍ଷାତକାରେ ଏକ ଆଶ୍ଚର୍ୟ୍ୟଜନକ ବିବୃତ୍ତି ଦେଇଛନ୍ତି। ତାଙ୍କୁ ପଚାରିଲେ ତାଙ୍କ ପାଇଁ ବିବାହ କେତେ ଗୁରୁତ୍ୱପୂର୍ଣ୍ଣ ? ଅଭିନେତ୍ରୀ କହିଛନ୍ତି ଯେ, ‘ମୋ ପାଇଁ ବିବାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମୁଁ ଜଲଦି ବିବାହ କରିବାକୁ ଚାହେଁ, ସନ୍ତାନ ମଧ୍ୟ ଜନ୍ମ କରିବାକୁ ଚାହୁଁଛି ଏବଂ ଯେତେବେଳେ ମୋର ସନ୍ତାନ ହେବ ବୋଧହୁଏ ମୁଁ କାମ କରିବି ନାହିଁ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେପଟେ ୨୦୧୭ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ରିକେଟର୍ ବିରାଟ କୋହଲି। ବିବାହର ୩ ବର୍ଷ ପରେ ୨୦୨୧ ମସିହାରେ ସେମାନଙ୍କର ଏକ ଝିଅ ଜନ୍ମ ହୋଇଥିଲା । ଯାହାର ନାମ ଭମିକା ରଖାଯାଇଥିଲା ।