ଓଡ଼ିଶା 365 (ବ୍ୟୁରୋ) : ଆରମ୍ଭ ହେଲାଣି କାଉଣ୍ଟଡାଉନ। ବଢିଲାଣି ହାର୍ଟବିଟ। ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ବାଜିବ୨୦୨୩ କ୍ରିକେଟ୍ ବିଶ୍ଵକପ୍ ମହାକୁମ୍ଭର ବିଗୁଲ। ଦର୍ଶକଙ୍କ ଚିୟରଅପରେ କମ୍ପିବ ମଇଦାନ। ଛକା ଚୌକାର ହେବ ବର୍ଷା ।
ଭାରତରେ ଆରମ୍ଭ ହେବ ବିଶ୍ୱକପ। ଏନେଇ ବିସିସିଆଇର ପକ୍ଷରୁ ଶେଷ ହୋଇଛି ପ୍ରସ୍ତୁତି। ବିଶ୍ୱର ସର୍ବବୃହତ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଅନୁଷ୍ଠିତ ହେବ ଉଦ୍ଘାଟନୀ ସମାରୋହ । ମୋଟ ୧୦ଟି ଟିମକୁ ନେଇ ୧୦ଟି ଭେନ୍ୟୁରେ ଖେଳାଯିବ ବିଶ୍ୱକପ୍ ମ୍ୟାଚ୍ । ମ୍ୟାଚ୍ ପୂର୍ବରୁ ବିଶ୍ୱକପ୍ ଟ୍ରଫି ସହ ପଡ଼ିଆକୁ ଏଣ୍ଟ୍ରିମାରିବା ସହ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ଆନୁଷ୍ଠନିକ ଘୋଷଣା କରିବେ ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସଡର ସଚିନ୍ ତେନ୍ଦୁଲକର । ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ବିଶ୍ୱକପ୍ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ଓ ଉପବିଜେତା ନ୍ୟୁଜିଲାଣ୍ଡ। ଅକ୍ଟୋବର ୮ରେ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ୱକପ ଅଭିଯାନ ଆରମ୍ଭ କରିବ ଭାରତ ।
ଆଇସିସି ଦିନିକିଆ ରାଙ୍କିଙ୍ଗରେ ଭାରତ ନଂ୧ସ୍ଥାନରେ ଥିବାବେଳେ ପୂର୍ବରୁ ମଧ୍ୟ ଏସିଆ କପ ଓ ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ ଜିତି, ଉଭୟ ବ୍ୟାଟି ବୋଲିଂରେ କରିଛି ଜବରଦସ୍ତ ପ୍ରଦର୍ଶନ। ବୁମରା,ସାମି,ସିରାଜଙ୍କ ବୋଲିଂ ଆର୍ଟାକ ସହ ପାଣ୍ଡିଆ ଓ ଜାଡେଜାଙ୍କ କମାଲ,ସ୍ପିନର କିଙ୍ଗ୍ ଆର.ଅଶ୍ୱିନଙ୍କ ଶେଷ ବିଶ୍ୱକପ ହୋଇଥିବାରୁ ତାଙ୍କ ପ୍ରଦର୍ଶନ ଉପରେ ମଧ୍ୟ ସଭିଙ୍କ ନଜର ରହିଛି। ରେକର୍ଡ ମ୍ୟାନ ରୋହିତ ଶର୍ମା,ରନମେସିନ ବିରାଟ କୋହଲି,ଗିଲ୍,ରାହୁଲଙ୍କ ଠାରୁ ବଡପାରି ଆଶା ରଖିଛନ୍ତି ପ୍ରଶଂସକ । ଏଥର ଘରୋଇ ଦଳ ଭାରତ ବିଶ୍ୱଟ୍ରଫି ଜିତିବା ଦଳ ତାଲିକାରେ ସଭିଙ୍କ ଫେବରାଇଟ ଦଳ ତାଲିକାରେ ଆଗରେ ରହିଛି ଭାରତ । ଭାରତ ପୂର୍ବରୁ ୨ଥର ବିଶ୍ୱକପ ଜିତିଥିବାବେଳେ ରୋହିତଙ୍କ ନେତୃତ୍ୱରେ ଦଳ ଭାରତ ମାଟିରେ ବିଶ୍ୱକପ ତୋଳିଧରୁ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ ।