ଓଡ଼ିଆ 365 (ବ୍ୟୁରୋ): ଅଭିନୟ ଛାଡି ରାଜନୀତିରେ ଏଣ୍ଟ୍ରି କଲେ ଚାହତ ପାଣ୍ଡେ । ଚାହତ୍ ଜଣେ ଲୋକପ୍ରିୟ ଅଭିନେତ୍ରୀ । ସେ ‘ଦୁର୍ଗା: ମାତା କି ଛାୟା’, ‘ହମାରି ବାହୁ ସିଲ୍କ’ ଭଳି ଅନେକ ଶୋ’ରେ ଦମ୍ଦାର ଭୂମିକା ଗ୍ରହଣ କରି ଦର୍ଶକଙ୍କ ହୃଦୟରେ ରାଜ କରନ୍ତି ଏହି ଅଭିନେତ୍ରୀ । ହେଲେ ବର୍ତ୍ତମାନ ଚାହାତ ନିଜ ଶୋ’ରୁ ବ୍ରେକ୍ ନେଇ ରାଜନୀତିରେ ଏଣ୍ଟ୍ରି କରିଛନ୍ତି । ଆଗକୁ ନିର୍ବାଚନ ଥିବାରୁ ଅଭିନେତ୍ରୀ ତାଙ୍କ ସୋ’ରୁ ଗାଏବ ହୋଇଯାଇଛନ୍ତି । ଚାହତଙ୍କ ସ୍ଥାନରେ ଇଶିତା ଗାଙ୍ଗୁଲି ଙ୍କୁ ରିପ୍ଲେସ୍ କରାଯିବା ନେଇ ଶୁଣିବାକୁ ମିଳିଛି । ଏକ ସାକ୍ଷାତକାରରେ ଚାହତ ତାଙ୍କ ନିଷ୍ପତ୍ତି ବିଷୟରେ ଖୋଲାଖୋଲି ଭାବେ କହିଥିବାବେଳେ ସେ କାହିଁକି ରାଜନୀତିରେ ଯୋଗଦେବାକୁ ଚାହୁଁଛନ୍ତି ତାହା ମଧ୍ୟ କହିଛନ୍ତି ।
ସେ କହିଛନ୍ତି ଯେ, ହଁ… ମୁଁ ମୋର ରାଜନୈତିକ କ୍ୟାରିୟର ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛି ଏବଂ ମଧ୍ୟପ୍ରଦେଶର ଦାମୋହରୁ ବିଧାୟକ ପଦ ପାଇଁ ଆମ୍ ଆଦମୀ ପାର୍ଟି ତରଫରୁ ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବି । ମୁଁ ମୋର ଅଭିନୟ କ୍ୟାରିୟର ଛାଡୁ ନାହିଁ ଏବଂ ମୁଁ ଉଭୟ କ୍ଷେତ୍ରରେ ପରିଚାଳନା କରିବାକୁ ଚେଷ୍ଟା କରୁଛି, ହେଲେ ମୁଁ କିଛି ସମୟ ପାଇଁ ବ୍ରେକ୍ ରେ ରହିବି । ମୋର ବ୍ରେକ୍ ଦିନରେ ମୁଁ ମୋ ଶୋ ନାଥ ପାଇଁ ସୁଟିଂ କରିପାରିବି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, “ମୋ ମା ସର୍ବଦା ମୋତେ ଜଣେ ରାଜନେତା ହେଉ ବୋଲି ଚାହୁଁଥିଲେ । ମୁଁ ମଧ୍ୟ ଏଥିରେ ଆଗ୍ରହୀ ଥିଲି , ତେଣୁ ମୁଁ ରାଜନୀତିରେ ଏଣ୍ଟ୍ରି କରିବାକୁ ସ୍ଥିର କଲି। ମୁଁ ଏହି କ୍ଷେତ୍ରକୁ ପ୍ରବେଶ କରିବାର ୬ ମାସ ବିତିଗଲାଣି। ମୁଁ ମୋ ମା’ର ସ୍ୱପ୍ନ ନିଶ୍ଚୟ ପୂରର କରିବି ।