ଓଡ଼ିଶା ୩୬୫(ବ୍ୟୁରୋ): ଟିଏମସି ଜାତୀୟ ସାଧାରଣ ସମ୍ପାଦକ ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଏକ ନୂତନ ସମନ ଜାରି କରିଛି। ଅଭିଷେକଙ୍କ ପତ୍ନୀ ରୁଜିରାଙ୍କୁ ମଧ୍ୟ ଡକାଯାଇଛି। ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ସ୍କାମରେ ହୋଇଥିବା ଅନିୟମିତତା ଘଟଣାର ତଦନ୍ତ ସଂପର୍କରେ ଇଡି ଅଭିଷେକ ବାନାର୍ଜୀଙ୍କୁ ଡକାଇଛନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ ବୁଧବାର କହିଛନ୍ତି। ଅକ୍ଟୋବର ୧୧ ରେ ପଚରାଉଚରା ପାଇଁ ଅନୁସନ୍ଧାନକାରୀ ସଂସ୍ଥା ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରାଙ୍କୁ ମଧ୍ୟ ଡାକିଛନ୍ତି।
ଅଧିକାରୀ କହିଛନ୍ତି ଯେ ସ୍କୁଲ ନିଯୁକ୍ତି ସ୍କାମ ମାମଲାରେ ଆମ ଅଧିକାରୀମାନେ ଅକ୍ଟୋବର ୯ ରେ ଅଭିଷେକ ଏବଂ ତାଙ୍କ ପତ୍ନୀଙ୍କୁ ଅକ୍ଟୋବର ୧୧ ରେ ପଚରାଉଚରା କରିବେ। ଉଭୟଙ୍କୁ ସିଜିଓ କମ୍ପ୍ଲେକ୍ସରେ ଆମ କାର୍ୟ୍ୟାଳୟକୁ ଆସିବାକୁ କୁହାଯାଇଛି । ଏହାପୂର୍ବରୁ ଇଡି ଟିଏମସି ନେତାଙ୍କ ପିତାମାତା ଅମିତ ଏବଂ ଲତା ବାନାର୍ଜୀଙ୍କୁ ଏହି ସପ୍ତାହରେ ତାଙ୍କ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ଡକାଇଥିଲେ।
୩ ଅକ୍ଟୋବରରେ ମଧ୍ୟ ଡକାଯାଇଥିଲା ।
ବାସ୍ତବରେ, ଶିକ୍ଷକ ନିଯୁକ୍ତି ସ୍କାମ ମାମଲାରେ ଅକ୍ଟୋବର କ୍ଟଦ୍ଭ ରେ ଏଜେନ୍ସି ସମ୍ମୁଖରେ ହାଜର ହେବାକୁ ଟିଏମସି ସାଂସଦଙ୍କୁ ଡକାଯାଇଥିଲା। ତେବେ ସରକାରୀ ଯୋଜନା ପ୍ରଦାନକୁ ନେଇ ଦିଲ୍ଲୀରେ ଦଳର ବିରୋଧ ଯୋଗୁଁ ଅଭିଷେକ ଇଡି ଆଗରେ ହାଜର ହୋଇନଥିଲେ। ଏହା ପରେ କେନ୍ଦ୍ରୀୟ ଏଜେନ୍ସି ତାଙ୍କୁ ବୁଧବାର ଏକ ନୂଆ ଡାକରା ଦେଇଛନ୍ତି।