ଓଡ଼ିଶା ୩୬୫(ବ୍ୟୁରୋ): ଇଟାଲୀର ଭେନିସ ସହରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଖବର ଆସି ପହଞ୍ଚୁଛି । ଏହି ସଡ଼କ ଦୁର୍ଘଟଣାରେ ଅତି କମରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ବହୁ ସଂଖ୍ୟକ ଲୋକ ଆହତ ହୋଇଛନ୍ତି। ଅନେକ ଆହତଙ୍କ ଅବସ୍ଥା ଗୁରୁତର ରହିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ । ସୂଚନାନୁସାରେ, ୟୁକ୍ରେନ ନାଗରିକଙ୍କ ସମେତ ବିଦେଶୀ ପର୍ୟ୍ୟଟକଙ୍କୁ ନେଇ ଯାଉଥିବା ଏକ ବସ୍ ଇଟାଲୀର ଭେନିସ ସହରର ଫ୍ଲାଏ ଓଭରରୁ ଖସିପଡିଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ଅତି କମରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏହି ଦୁର୍ଘଟଣାରେ ୧୮ ଜଣ ଆହତ ହୋଇଥିବା ଜଣାଯାଇଛି।
ଏହି ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ଦୁଇ ଶିଶୁ ମଧ୍ୟ ଅଛନ୍ତି
ଭେନିସ ସହରର ଅଧିକାରୀ ରେନାଟୋ ବୋରାସୋ ମଙ୍ଗଳବାର କହିଛନ୍ତି ଯେ ମେଷ୍ଟ୍ରେ ବୋରୋରେ ଦୁର୍ଘଟଣାରେ ଆହତଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଭେନିସର ଜଣେ ଅଧିକାରୀ ମିକେଲ ଦେ ବରୀ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ଦୁଇ ଶିଶୁ ଅଛନ୍ତି। ବୋରାସୋ କହିଛନ୍ତି ଯେ ପୀଡିତଙ୍କ ମଧ୍ୟରୁ କେତେକ ୟୁକ୍ରେନ ନାଗରିକ ଏବଂ ବସ୍ ପର୍ୟ୍ୟଟକଙ୍କୁ ଏକ ଶିବିରକୁ ନେଇ ଯାଉଥିଲା। ଭେନିସ ମେୟର ଲୁଗି ବ୍ରୁଗନାରୋ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (ପୂର୍ବରୁ ଟ୍ୱିଟର) ରେ କହିଛନ୍ତି ଯେ ଘଟଣାସ୍ଥଳରେ ଘଟଣାଟି ଏକ ଭୟଙ୍କର ରୂପ ଧାରଣ କରିଛି।
ପ୍ରଧାନମନ୍ତ୍ରୀ ମେଲୋନି ଗଭୀର ଦୁଃଖ ପ୍ରକାଶ କରିଛନ୍ତି
ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ସହରରେ ଶୋକ ଘୋଷଣା କରାଯାଇଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଫ୍ଲାଏ ଓଭର ତଳେ ଯାଉଥିବା ମେଷ୍ଟ୍ରେ ରେଳ ଟ୍ରାକ୍ ଠାରୁ ବସ୍ କିଛି ମିଟର ଦୂରରେ ଖସିପଡିବାରୁ ନିଆଁ ଲାଗିଯାଇଥିଲା। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଏହି ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।