ଓଡ଼ିଶା 365 (ବ୍ୟୁରୋ): ବିଏମସି ଅଧିକାରୀଙ୍କ ସହ ବ୍ୟବସାୟୀ ସଂଘର ଆଲୋଚନା ପରେ ଆଜି ଠୁ ଖୋଲିଲା ଭୁବନେଶ୍ୱରର ୟୁନିଟ ୧ ହାଟ। ପାର୍କିଂ ସମେତ ଜବରଦଖଲ ଏବଂ ବିଭିନ୍ନ ଦାବି ନେଇ ଗତ ଗୁରୁବାରଠୁ ଆନ୍ଦୋଳନକୁ ଓହ୍ଲାଇଥିଲା ୟୁନିଟ-୧ର ବ୍ୟବସାୟୀ ସଂଘ । ଫଳରେ ଗୁରୁବାରଠୁ ମଙ୍ଗଳବାର ଯାଏଁ ୬ ଦିନ ହାଟ ସଂପୂର୍ଣ୍ଣ ବନ୍ଦ ରହିଥିଲା । ଫଳରେ ୟୁନି-୧ ହାଟ ଉପରେ ନିର୍ଭର କରୁଥିବା ଭୁବନେଶ୍ୱରବାସୀ ହଇରାଣ ହୋଇଥିଲେ । ତେବେ ଗତକାଲି ବିଏମସି ଟିମ ହାଟ ପରିଦର୍ଶନ କରିବା ପରେ ଦାବିଗୁଡିକ ପୂରଣ କରିବାକୁ ପ୍ରତିଶ୍ରୁତି ମିଳିଥିବା ବ୍ୟବସାୟୀ ସଂଘ ସଭାପତି ସୂଚନା ଦେଇଛନ୍ତି । ଫଳରେ ପୂର୍ବଭଳି ଅସ୍ଥାୟୀ ପାର୍କିଂ ବ୍ୟବସ୍ଥା କରିବାକୁ ଅନୁମତି ମିିଳିଛି ।
କହିରଖୁ କି, ୟୁନିଟ ୨ରେ ହୋଇଥିବା ମଲ୍ଟି ପାର୍କିଂ ବ୍ୟବସ୍ଥା ଗ୍ରାହକଙ୍କ କାମରେ ଆସୁନି । ବିକଳ୍ପ ପାର୍କିଂ ବ୍ୟବସ୍ଥା ପାଇଁ ଦାବି କରିଛି ସଂଘ । ସମସ୍ୟାର ସମାଧାନ ନହେଲେ ଏକ ମାସ ପରେ ନୂଆ ନୂଆ ନିଷ୍ପତ୍ତି ନେବ ବୋଲି ସଂଘ କହିଛି । ତେବେ ଗତ ୬ଦିନ ଭିତରେ ୩୫କୋଟିରୁ ଅଧିକ କ୍ଷତି ହୋଇଥିବା କହିଛନ୍ତି ସଂଘ ସଭାପତି ।