ଓଡ଼ିଶା 365 (ବ୍ୟୁରୋ) : କାଲିଠୁ ଆରମ୍ଭ ହେବ କ୍ରିକେଟ ବିଶ୍ୱକପ୍ ମହାସମର,ଏନେଇ ପ୍ରସ୍ତୁତି ଶେଷ ହୋଇଥିବାବେଳେ ବିଶ୍ଵକପ୍ ୨୦୨୩ର ମାନ ବଢାଇବେ ସଚିନ, ଗ୍ଲୋବାଲ ଆମ୍ବାସଡର ନିୟୁକ୍ତ କରିଛି ଆଇସିସି। । କ୍ରିକେଟ୍ ଇତିହାସରେ ସର୍ବାଧିକ ରନହାସଲକାରୀ ଖେଳାଳି ସଚିନ ଗୁରୁବାର ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ଉଦଘାଟନୀ ମ୍ୟାଚ୍ ପୂର୍ବରୁ ବିଶ୍ଵକପ୍ ଟ୍ରଫି ଧରି ପଡ଼ିଆକୁ ଆସିବେ ଏବଂ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ଆନୁଷ୍ଠନିକ ଘୋଷଣା କରିବେ ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସଡର ସଚିନ୍ ତେନ୍ଦୁଲକର । ସଚିନ ତେନ୍ଦୁଲକର ଉଦଘାଟନ ମ୍ୟାଚ୍ ପୂର୍ବରୁ କହିଛନ୍ତି, ୨୦୧୧ ବିଶ୍ଵକପ୍ ଟ୍ରଫି ଜିତିବା ତାଙ୍କ ସ୍ଵପ୍ନ ସାକାର କରିଥିଲା। ସଚିନ୍ ୬ଟି ବିଶ୍ୱକପ୍ ଖେଳିଛନ୍ତି। ୧୯୮୭ରୁ ୨୦୧୧ ବିଶ୍ଵକପ୍ ପର୍ଯ୍ୟନ୍ତ ମୋଟ୍ ୬ ଥର ଦେଶର ପ୍ରତିନିଧିତ୍ଵ କରିବା ମୋ ହୃଦୟରେ ସର୍ବଦା ଏକ ସ୍ଵତନ୍ତ୍ର ସ୍ଥାନ ରଖିଥାଏ। । ଏଥର ବିନା ୱାର୍ମ ଅପରେ ସିଧାସଳଖ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ।
ଚଳିତ ବିଶ୍ଵକପ୍ରେ ପୂର୍ବତନ ଆଇସିସି ଗ୍ଲୋବାଲ ଆମ୍ବାସଡର ମଧ୍ୟ ସାମିଲ୍ ହେବେ। ଏଥିରେ ଓ୍ଵେଷ୍ଟଇଣ୍ଡିଜର ମହାନ କ୍ରିକେଟର ଭିଭିଆନ ରିଚାର୍ଡ୍ସ, ଦକ୍ଷିଣ ଆଫ୍ରିକାର ଏବି ଡିଭିଲିୟର୍ସ, ଇଂଲଣ୍ଡ ବିଶ୍ଵକପ୍ ବିଜେତା ଦଳର ଅଧିନାୟକ ଇଅନ ମୋର୍ଗାନ, ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ୍, ଶ୍ରୀଲଙ୍କାର ମହାନ ସ୍ପିନର ମୁଥେୟା ମୁରଲୀଧରଣ, ନ୍ୟୁଜିଲାଣ୍ଡର ରସ୍ ଟେଲର, ଭାରତର ସୁରେଶ ରୈନା, ପୂର୍ବତନ ଅଧିନାୟକ ମିତାଲି ରାଜ ଓ ପାକିସ୍ତାନର ଅଲରାଉଣ୍ଡର ମହମ୍ମଦ ହଫିଜ ସାମିଲ୍ ହେବେ। ଅକ୍ଟୋବର ୮ତାରିଖ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ବିଶ୍ୱକପ୍ର ଅଭିୟାନ ଆରମ୍ଭ କରିବ। ମୋଟ ୧୦ଟି ଦଳକୁ ନେଇ ୧୦ଟି ଭେନ୍ୟୁରେ ଖେଳାଯିବ ବିଶ୍ୱକପ୍ ମ୍ୟାଚ୍ ।