ଓଡ଼ିଶା 365 (ବ୍ୟୁରୋ) : ଭାରତୀୟ ସାମ୍ବାଦିକଙ୍କୁ ମୋହରା ବନାଉଛି ଚୀନ । ନିଜ ଏଜେଣ୍ଡାର ପ୍ରଚାର ପ୍ରସାର ପାଇଁ ଖର୍ଚ କରୁଛି କୋଟି କୋଟି ଟଙ୍କା । ଭାରତରେ ଥିବା ବାମପନ୍ଥୀ ଚିନ୍ତାଧାରାର ସାମ୍ବାଦିକ, ଗଣମାଧ୍ୟମକୁ ଏଥିପାଇଁ ଶହ ଶହ କୋଟି ଟଙ୍କା ଦେଉଛି ଚୀନ । କେବଳ ସେତିକି ନୁହେଁ ୟୁଟ୍ୟୁବ୍ ଚଳାଉଥିବା ସାମ୍ବାଦିକଙ୍କ ଆକାଉଂଟଙ୍କୁ ମଧ୍ୟ କୋଟି କୋଟି ଟଙ୍କା ଚୀନ ଏଜେଣ୍ଟମାନେ ପଠାଉଛନ୍ତି । ଆଉ କାମ ହେଲା ମୋଦି ସରକାରଙ୍କୁ ବନନାମ କରିବା, ଫେକ ନିଉଜ ଚଲାଇ ଲୋକଙ୍କୁ ବିଭ୍ରାନ୍ତି କରିବା ଏବଂ କଂଗ୍ରେସ ସମର୍ଥିତ ମେଂଟକୁ ସରକାରକୁ ଆଣିବା ପାଇଁ ଏଜେଣ୍ଡା ପ୍ରସ୍ତୁତ କରି ନିଉଜ କରିବା । ଏସବୁ ଅଭିଯୋଗର ତଦନ୍ତ ଚାଲିଥିବା ବେଳେ ଏବେ ପ୍ରମାଣ ମଧ୍ୟ ହାସଲ କରିଛି ଦିଲ୍ଲୀ ପୋଲିସ । ପ୍ରମାଣ ପାଇବା ପରେ ଶହେରୁ ଅଧିକ ସ୍ଥାନରେ ଚଢ଼ାଉ କରାଯାଇଛି । ନିଉଜ କ୍ଲିକ୍ ର ଅଫିସ ସିଜ କରାଯିବା ସହ କିଛି ସାମ୍ବାଦିକଙ୍କୁ ଗିରଫ କରାଯାଇଛି । ମୋଦି ସରକାରଙ୍କୁ ବଦନାମ କରିବାକୁ ଚୀନ୍ କରୁଛି ଷଡଯନ୍ତ୍ର। ଭାରତର କିଛି ,ସାମ୍ବାଦିକଙ୍କୁ ହାତବାରିସ କରି ଚୀନର ଏଜେଣ୍ଡାକୁ ଭାରତରେ ଚଳାଇବାକୁ ଚାହୁଛନ୍ତି ଚୀନ ରାଷ୍ଟ୍ରପତି ଜୀନପିଙ୍ଗି। ଭାରତରେ ଗଣତନ୍ତ୍ର ଶାସନକୁ ହଟାଇ ବାମପନ୍ଥୀ ଚିନ୍ତାଧାରାକୁ ପ୍ରଚାର ପ୍ରସାର,ତାଙ୍କ ସମର୍ଥିତ ସରକାର ଓ ଗଣମାଧମ ଫଳରେ ସେ ଚୀନର ଅର୍ଥନୀତିକୁ ସୁଦୃଢ କରିବା ସହ ବ୍ୟହସାୟିକ ଫାଇଦା ନେବାକୁ ଚାହୁଁଛନ୍ତି।ଏହା ସହ
ମୋଦିଙ୍କ ଇମେଜ ଖରାପ କରିବାକୁ ଚାହୁଛନ୍ତି ଫଳରେ ଏହା ସଫଳ ହେଲେ ନ୍ୟୁଜ୍ କ୍ଲିକ୍ ନାମକ ପୋର୍ଟାଲ ନିଜର ଏଜେଣ୍ଡା ଚଲାଇ ମୋଦି ସରକାରଙ୍କ ବିରୋଧରେ ଖବର ପ୍ରଚାର ପ୍ରସାର କରୁଛି । ନ୍ୟୁଜ୍ କ୍ଲିକ ପାଖକୁ ଚାଇନାରୁ ପୁଳା ପୁଳା ଟଙ୍କା ଆସିଥିବା ଅଭିଯୋଗ ହୋଇଛି ।। ଆଉ ଏହି ଟଙ୍କାରେ ମୋଦୀଙ୍କ ବିରୁଦ୍ଧରେ ପ୍ରଚାର ପ୍ରସାର ହେଉଥିବା ଦେଖାଯାଉଛି । ଯାହାର ପର୍ଦ୍ଦାଫାସ ପ୍ରଥମେ ବିଦେଶୀ ଗଣମାଧ୍ୟମରେ ହୋଇଥିଲା । ଏନେଇ ଦିଲ୍ଲୀ ପୋଲିସକୁ ଆକ୍ସନମୁଡରେ ଦେଖିବାକୁ ମିଳିଛି।ଖବର ସଂସ୍ଥା ନ୍ୟୁଜ୍ କ୍ଲିକ୍ ମାଲିକ ମାଲିକ ପ୍ରବୀର ପୁରକାୟାସ୍ତା ଏବଂ ଏଚଆର ହେଡ୍ଙ୍କୁ ମଧ୍ୟ ଗିରଫ କରିଛି ଦିଲ୍ଲୀ ପୋଲିସ ।ଅଧିକ ଖୋଲତାଡ ପାଇଁ ସାମ୍ବାଦିକମାନଙ୍କ ଲାପଟପ୍ ଏବଂ ଫୋନ୍ ମଧ୍ୟ ଜବତ କରାଯାଇଛି । ଉଏପିଏ ଅଧିନିୟମ ଅଧୀନରେ ମାମଲା ରୁଜୁ କରାଯାଇ ଏହାର ଖୋଳତାଡ଼ କରାଯାଇଛି।କିଛିଦିନ ତଳେ ନ୍ୟୁୟର୍କ ଟାଇମ୍ସର ଏକ ଅନୁସନ୍ଧାନ ଅଭିଯୋଗ କରିଥିଲା, ନ୍ୟୁଜ୍କ୍ଲିକ୍ ପୋର୍ଟାଲ୍ ଚାଇନାର ପ୍ରଚାର କରିବା ପାଇଁ ଏକ ନେଟୱାର୍କରୁ ପାଣ୍ଠି ପାଉଛି । ଆମେରିକୀୟ ଖବରକାଗଜ ‘ଦି ନ୍ୟୁୟର୍କ ଟାଇମ୍ସ’ ରେ ପ୍ରକାଶିତ ଖବର ଅନୁସାରେ ଚାଇନା ନିଜର ପ୍ରଭାବ ପକାଇବା ପାଇଁ ଭାରତୀୟ ଗଣମାଧ୍ୟମକୁ ଅସ୍ତ୍ର କରିବାକୁ ଚାହୁଁଛି । ଏଥିପାଇଁ କିଛି ଗଣମାଧ୍ୟମରେ ନିଜର ଏଜେଣ୍ଡା ଖବର ପ୍ରଚାର ପ୍ରସାର ପାଇଁ ବିପୁଳ ଅର୍ଥ ପ୍ରଦାନ କରୁଛି । ଗଣମାଧ୍ୟମର ବିକାଶ ଚିନ୍ତା କରି ଅର୍ଥ ଦେଉଥିବା କହୁଥିବା ବେଳେ ଏହି ଅର୍ଥ ମୋଦି ବିରୋଧୀ କାର୍ଯ୍ୟରେ ଲଗାଯାଉଛି । ବାମପନ୍ଥୀ ଚିନ୍ତାଧାରାକୁ ପ୍ରଚାର ପ୍ରସାର କରିବା ସହ ମୋଦିଙ୍କ ଇମେଜ ଖରାପ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି ।
ଆମେରିକାର ବ୍ୟବସାୟୀ ନେଭିଲ୍ ରୟ ସିଂଘମଙ୍କ ସହ ଚୀନ୍ ସରକାରଙ୍କ ସମ୍ପର୍କ ରହିଛି । କୋଟି କୋଟି ଟଙ୍କା ନ୍ୟୁଜ୍ କ୍ଲିକ୍ ଚୀନ ସରକାରଙ୍କଠାରୁ ପାଇଛି । ଚାଇନାର ଏଜେଣ୍ଡା ପ୍ରଚାର ପ୍ରସାର କରିବା ପାଇଁ ଏଭଳି ଗଣମାଧ୍ୟମକୁ ବ୍ୟବହାର କରାଯାଉଛି । ଭାରତ, ବ୍ରାଜିଲ, ଦକ୍ଷିଣ ଆଫ୍ରିକା ଏବଂ ଆମେରିକା ଭଳି ଦେଶରେ ଚୀନ ନିଜର ଏଜେଣ୍ଡାକୁ ପ୍ରଭାବ ପକାଇଆା ପାଇଁ ପାଣି ଭଳି ଅର୍ଥ ଖର୍ଚ୍ଚ କରୁଛି । ଏଥିରେ ବାମପନ୍ଥୀ ନେତାମାନେ ସହଯୋଗ କରୁଥିବା ଅଭିଯୋଗ ହେଉଛି । ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ‘ନ୍ୟୁଜ୍ କ୍ଲିକ୍’ ନାମକ ବାମପନ୍ଥୀ ପ୍ରଚାର ପୋର୍ଟାଲକୁ ଚାଇନାର ଅର୍ଥ ପ୍ରଦାନ ସମ୍ପର୍କରେ କଂଗ୍ରେସ ଉପରେ ବର୍ଷିଥିଲେ। ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ସେ ପ୍ରଶ୍ନ ପଚାରିଛନ୍ତି । ଚୀନ ସହ ତାଙ୍କର କଣ ଭିତିରି ସଂପର୍କ ଅଛି ତାହା ଦେଶବାସୀଙ୍କୁ ଜଣାଇବା ସହ ଏପରି କାର୍ଯ୍ୟପାଇଁ ଦେଶବାସୀଙ୍କୁ କ୍ଷମା ମାଗିବାକୁ କହିଥିଲେ। । ଚୀନ୍ରୁ ପାଣ୍ଠି ନେଇ ନ୍ୟୁଜ୍ କ୍ଲିକ୍ ସହିତ କଂଗ୍ରେସ କାହିଁକି ଛିଡା ହୋଇଛି ବୋଲି ସେ ପ୍ରଶ୍ନ କରିଥିଲେ । ଏନେଇ ଅଗଷ୍ଟ ୧୭ରେ ଦିଲ୍ଲୀ ପୋଲିସ ଆତଙ୍କବାଦ ବିରୋଧୀ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରିଥିଲା । ତେବେ ଏହି ଅଭିଯୋଗକୁ ଇଡି ମଧ୍ୟ ସତ କହିଛି । ଏହି ଅଭିଯୋଗରେ ଇଡି ମଧ୍ୟ ନିଜର ତଦନ୍ତ ଚଳାଇଛି ।