ଓଡ଼ିଆ 365 (ବ୍ୟୁରୋ): ଚର୍ଚ୍ଚାରେ ‘ଆର୍ଆର୍ଆର୍’ ଅଭିନେତା ରାମ ଚରଣ । କଳା ରଙ୍ଗର ପୋଷାକ ସହ ବେକରେ ଗାମୁଛା ପକାଇ ଖାଲି ପାଦରେ ବିମାନବନ୍ଦରରେ ପହଞ୍ଚିଲେ ରାମଚରଣ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ପୂର୍ବରୁ ଗତବର୍ଷ ମଧ୍ୟ ଓସ୍କାର ଆୱାର୍ଡ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ରାମ ଚରଣ ଆମେରିକାକୁ ଉଡ଼ାଣ କରୁଥିବା ସମୟରେ କଳା ରଙ୍ଗର ପୋଷାକ ପିନ୍ଧିବା ସହ ଖାଲି ପାଦରେ ନଜର ଆସିଥିଲେ। ତେବେ ଏଭଳି କରିବା ପଛରେ ଏକ ବଡ଼ କାରଣ ରହିଛି। କାରଣଟି ହେଉଛି ଅଭିନେତା ପ୍ରତିବର୍ଷ ଆୟାପ୍ପା ଦୀକ୍ଷା ନିଅନ୍ତି। କେରଳର ସାବରିମାଳା ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ଜଣେ ବ୍ୟକ୍ତିଙ୍କୁ ଏହାକୁ ପାଳନ କରିବାକୁ ପଡେ। ଭକ୍ତମାନଙ୍କୁ ୪୧ଦିନ ଉପବାସ କରିବା ସହ ଖାଲି ପାଦରେ ଚାଲିବାକୁ ଓ ତଳେ ଶୋଇବାକୁ ପଡେ। ରାମ ଚରଣ ଆୟାପ୍ପା ଦୀକ୍ଷା ନେଇଥିବାରୁ ୪୧ଦିନ ଉପବାସ କରିଛନ୍ତି। ଏହା ସହ ଖାଲି ପାଦରେ ଚାଲୁଛନ୍ତି। ରାମ ଚରଣ ପ୍ରତିବର୍ଷ ଏହି ରୀତିନୀତି ପାଳନ କରନ୍ତି। ଏହା ପୂର୍ବରୁ ମଧ୍ୟ ସେ ଅନେକ ଥର ଖାଲି ପାଦରେ ଚାଲୁଥିବା ନଜର ଆସିଛନ୍ତି ।