ଓଡ଼ିଆ 365 (ବ୍ୟୁରୋ): ମା’ ହେଲେ ବିଗ୍ ବସ୍ ଫେମ୍ ରୋଚେଲ୍ ରାଓ । ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇ ମାତୃତ୍ୱ ଲାଭ କରିଛନ୍ତି ରୋଚେଲ୍ । ଘରକୁ କୁନି ଅତିଥି ଆସିପାର ଦେଖି ରୋଚେଲଙ୍କ ପରିବାର ଖୁସିରେ ଫାଟିପଡୁଛି । ସେପଟେ ରୋଚେଲ ଏବଂ କିଥ୍ ଏହି ମୁହୂର୍ତ୍ତକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ ବୋଲି ସୋସିଆଲ ମିଡିଆରେ ଫ୍ୟାନ୍ସମାନଙ୍କ ସହ ଏହି ଖୁସିକୁ ସେୟାର କରିଛନ୍ତି ।
ଇଷ୍ଟାଗ୍ରାମରେ ଏହି ପୋଷ୍ଟଟି ସେୟାର କରି ଉଭୟ ଦମ୍ପତି ଲେଖିଛନ୍ତି ଯେ, ସବୁଠାରୁ ବଡ ଆଶୀର୍ବାଦ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ସହ, ଆମର ବେବି ୧ ଅକ୍ଟୋବର ୨୦୨୩ ରେ ଜନ୍ମଗ୍ରହଣ କରିଥିଲେ। ତୁମର ଅଦମ୍ୟ ପ୍ରେମ ଏବଂ ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ, ଆମେ ସମସ୍ତଙ୍କୁ ଭଲପାଉ । କିଥ୍ ସେକେରା କହିଛନ୍ତି ଯେ ସେ ସର୍ବଦା ଗୋଟିଏ ଝିଅ ଚାହୁଁଥିଲେ। ଦମ୍ପତିଙ୍କର ଇଚ୍ଛା ଥିଲା ଯେ ସେମାନଙ୍କର ପ୍ରଥମ ଶିଶୁ ଏକ ଝିଅ ହେବା ଉଚିତ୍ ।
କିଥ୍ ଏବଂ ରୋଚେଲ ଏହି ସମୟରେ ବହୁତ ଖୁସି ଏବଂ ଉତ୍ସାହିତ ଅଛନ୍ତି ।ଇଣ୍ଡଷ୍ଟ୍ରିର ବନ୍ଧୁ ଏବଂ ପ୍ରଶଂସକମାନେ ଏହି ଦମ୍ପତିଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛନ୍ତି । କିଥ୍ ଏବଂ ରୋଚେଲଙ୍କ ପାଇଁ ଏହି ମୁହୂର୍ତ୍ତଟି ଅତ୍ୟନ୍ତ ସ୍ମରଣୀୟ ମୂହୁର୍ତ୍ତ ହୋଇ ରହିବ ।