ଓଡ଼ିଶା 365 (ବ୍ୟୁରୋ): ବହୁଚଚର୍ଚ୍ଚିତ ଷ୍ଟାର କପଲ୍ ବର୍ଷା-ଅନୁଭବଙ୍କ ପାରିବାରିକ କଳହର ଆଜି ପଡ଼ିପାରେ ପୂର୍ଣ୍ଣଚ୍ଛେଦ । ଏଥିପଇଁ ଆଜି କୋର୍ଟରେ ହାଜର ହେବେ ବର୍ଷାନୁଭବ। ଗତ ମାସ ୨୫ ତାରିଖରେ ଉଭୟଙ୍କୁ କାଉନସେଲିଂ ପାଇଁ ଡକରା ହୋଇଥିଲା । ଉଭୟ ହାଜର ବି ହୋଇଥିଲେ । ତେବେ ପାରିବାରିକ ହିଂସାର ଶୀକାର ହୋଇଥିବା ଅଭିଯୋଗ ଆଣି, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ନାଁରେ ମୋକଦ୍ଦମା ଦାୟର କରିଛନ୍ତି ।
ମାମଲାର ଶୁଣାଣି କରିବା ଆଗରୁ ଉଭୟ ପକ୍ଷରୁ କାଉଁସେଲିଂ କରାଯାଇଛି । କିନ୍ତୁ ତାର ନିର୍ଯ୍ୟାସ କଣ ବାହାରିଲା ତାହା ଜଣାପଡିନି । ଆଜି ଉଭୟ ହାଜର ହେବେ ନା ନିଜ ନିଜ ଓକିଲଙ୍କ ଜରିଆରେ ପକ୍ଷ୍ୟ ରଖିବେ ତାହା ସ୍ପଷ୍ଟ ହୋଇନାହିଁ ।