ଓଡ଼ିଶା ୩୬୫(ବ୍ୟୁରୋ): ସିକ୍କିମରେ ବାଦଲଫଟା ବର୍ଷା ପୁଣି ଦେଖିବାକୁ ମିଳିଛି । ଆଉ ଏହାପରେ ସୃଷ୍ଟି ହୋଇଥିଲା ବିନାଶର ତାଣ୍ଡବଲୀଳା । ଅନେକ ଗାଡି ମଧ୍ୟ ପାଣିରେ ବୁଡ଼ି ଯାଇଥିଲା। ସିକ୍କିମର ଲୋନାକ ହ୍ରଦ ଉପରେ ବାଦଲଫଟା ବର୍ଷା ପରେ ବିନାଶର ଏକ ଦୃଶ୍ୟ ଦେଖିବାକୁ ମିଳୁଛି। ତିସ୍ତା ନଦୀରେ ବନ୍ୟା ପରେ ୨୩ ଜଣ ଯବାନ ନିଖୋଜ ଥିବା ଜଣାଯାଇଛି। ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ କହିଛି। ବାଦଲଫଟା ବର୍ଷା ପରେ ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ସିଙ୍ଗଟାମରେ ପହଞ୍ଚି ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ।
ଗୁଆହାଟୀରେ ପ୍ରତିରକ୍ଷା ପିଆରଓ କହିଛି ଯେ ୨୩ ଜଣ ସେନା କର୍ମଚାରୀ ନିଖୋଜ ଅଛନ୍ତି ଏବଂ ୪୧ ଟି ଗାଡି ବୁଡ଼ି ଯାଇଥିବା ଜଣାଯାଇଛି। ବିଜେପି ନେତା ଶେରିଙ୍ଗ ଗୟାଟୋ ଭୁଟିଆ କହିଛନ୍ତି ଯେ କିଛି ଲୋକ ନିଖୋଜ ଥିବା ଖବର ରହିଛି ଏବଂ ସେମାନଙ୍କୁ ଖୋଜିବା ପାଇଁ ଉଦ୍ୟମ ଚାଲିଛି। ବିଜେପି ନେତା ଆହୁରି ମଧ୍ୟ କହିଛନ୍ତି ଯେ ଏଥିରେ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇନାହିଁ, କିନ୍ତୁ ସିଙ୍ଗଟାମରେ ସର୍ବସାଧାରଣ ସମ୍ପତ୍ତିରେ କ୍ଷତି ହୋଇଛି।