ଓଡ଼ିଶା 365 (ବ୍ୟୁରୋ): ଆଜି କଡ଼ା ସୁରକ୍ଷାରେ ଚାଲିଛି ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ ପାଇଁ ଭୋଟିଂ। ଗତ ନିର୍ବାଚନ ବେଳେ ହିଂସା ହୋଇଥିବାରୁ ନିର୍ବାଚନ ବାତିଲ ହୋଇଥିଲା । ଆଜି କଡ଼ା ସୁରକ୍ଷା ଭିତରେ ନିର୍ବାଚନ ଚାଲିଛି । ଆଜି ଦିନ ୧୦ ଟାରୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହୋଇ ଏହା ୧୧ ଟା ମଧ୍ୟରେ ଶେଷ ହେବ । ଏହାପରେ ୧୧ ରୁ ୧୧.୩୦ ମିନିଟ୍ ମଧ୍ୟରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ଦିନ ୧୨ ଟାରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପାଇଁ ସମୟ ରହିଛି । ଦିନ ସାଢ଼େ ୧୨ ରୁ ୨ ଟା ଯାଏଁ ଭୋଟିଂ ପରେ ନିର୍ବାଚନ ଫଳାଫଳ ଘୋଷଣା ହେବ । ଏଣୁ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ପାଇଁ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ।
ଅନ୍ୟପକ୍ଷରେ ଗୋଟିଏ ଗୋଷ୍ଠୀର ସମିତି ସଭ୍ୟ ସୁରକ୍ଷା ମାଗିବା ପ୍ରସଙ୍ଗରେ ବି ଗୁରୁତ୍ୱ ଦିଆଯାଇଛି । ସେମାନଙ୍କୁ ସୁରକ୍ଷା ପାଇଁ ପୁଲିସ ଫୋର୍ସ ଓ ବରିଷ୍ଠ ଅଧିକାରୀମାନେ ସ୍ଥିତିର ଅନୁଧ୍ୟାନ କରୁଛନ୍ତି ବୋଲି କହିଛନ୍ତି ଏସପି । ଗତ ଅଗଷ୍ଟ ୩୧ ତାରିଖରେ ପ୍ରବଳ ଗଣ୍ଡଗୋଳ ଓ ହିଂସା ପରେ ନିର୍ବାଚନ ବାତିଲ ହୋଇଥିଲା ।