ଓଡ଼ିଆ 365 (ବ୍ୟୁରୋ): ଦୀର୍ଘ ୩୨ ପରେ ପୁଣି ଥରେ ଏକାଠି ହେବାକୁ ଯାଉଛନ୍ତି ବଲିଉଡର ବିଗ୍ ବି ତଥା ଅମିତାଭ ବଚ୍ଚନ ଓ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ । ଏ ଦୁହିଁଙ୍କ କେମେଷ୍ଟ୍ରି ବଡ଼ ପରାଦାରେ ପୁଣିଥରେ ଦେଖିବାକୁ ମିଳିବ । ଏହି ଖବର ଶୁଣି ଫ୍ୟାନ୍ସମାନଙ୍କ ଖୁସି ଦ୍ୱିଗୁଣିତ ହୋଇଯାଇଛି । ଉଭୟ ଗୋଟିଏ ଚଳଚ୍ଚିତ୍ରରେ ଅଭିନୟ କରିବେ। ‘ଥଲାଇବର ୧୭୦’ ସିନେମାରେ ଏକତ୍ର କାମ କରିବାକୁ ଯାଉଛନ୍ତି ଉଭୟ । ଦୁଇ ସୁପରଷ୍ଟାରଙ୍କ ପୋଷ୍ଟର ମଧ୍ୟ ସୋସିଆଲ ମିଡିଆରେ ରିଲିଜ କରାଯାଇଛି। ଦୁଇ ଅଭିନେତାଙ୍କ ବ୍ୟତୀତ ଏଥିରେ ତେଲୁଗୁ ଷ୍ଟାର ରାଣା ଡଗୁବାତୀ ଏବଂ ମାଲାୟଲାମ ଷ୍ଟାର ଫହାଦ ଫାସିଲଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଅମିତାଭ୍ ଏବଂ ରଜନୀକାନ୍ତଙ୍କୁ ପୂର୍ବରୁ ୧୯୯୧ରେ ହିନ୍ଦୀ ସିନେମା ‘ହମ୍’ରେ ଏକାଠି ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ୧୯୮୩ ମସିହାର ହିନ୍ଦୀ ଛବି ‘ଅନ୍ଧା କାନୁନ୍’ରେ ମଧ୍ୟ ରଜନୀକାନ୍ତ ଓ ଅମିତାଭ ଅଭିନୟ କରିଥିଲେ। ତେବେ ଦୁଇ ଅଭିନେତା ପରସ୍ପରର ପ୍ରଶଂସକ ରହି ଆସିଛନ୍ତି।
‘ଥଲାଇବର ୧୭୦’ ସିନେମା ପାଇଁ ଅମିତାଭ ବଚ୍ଚନଙ୍କ ଫଟୋ କଳାଧଳାରେ ଆସିଛି। ସେଥିରେ ଲେଖାଯାଇଛି ‘ଥଲାଇବର ୧୭୦ ଟିମ୍’। ଲାଇକା ପ୍ରଡକସନ୍ସ ଏଥିରେ ଲେଖିଛି ଯେ, ଭାରତୀୟ ସିନେମାର ଶାହନଶାହ ଅମିତାଭ ବଚ୍ଚନଙ୍କୁ ଥଲାଇବର ୧୭୦’କୁ ସ୍ବାଗତ। ଅମିତାଭ ଅଭିନୟ କରିବା ଫଳରେ ସିନେମା ନୂଆ ଉଚ୍ଚତାରେ ପହଞ୍ଚିଛି ବୋଲି କୁହାଯାଇଛି। ସେହିଭଳି ଫହଦଙ୍କ ପୋଷ୍ଟର ରିଲିଜ କରିବାକୁ ଯାଇ ଲେଖାଯାଇଛି ବହୁତ ଟ୍ୟାଲେଣ୍ଟେଡ ଏବଂ ଭର୍ସାଟାଇଲ ଅଭିନେତା ଫହଦ ଫାସିଲଙ୍କୁ ସ୍ବାଗତ। ରାଣା ଡଗୁବାତୀଙ୍କ ଫଟୋରେ ଲେଖାଯାଇଛି ଯେ, ଡେପର ଏବଂ ସୁପରକୁଲ୍ ଟ୍ୟାଲେଣ୍ଟେଡ ରାଣା ଡଗୁବାତୀଙ୍କୁ ୱେଲକମ୍। ଏହି ଚଳଚ୍ଚିତ୍ରର ସଂଗୀତ ରଚନା କରିବେ ଅନିରୁଦ୍ଧ ରବିଚନ୍ଦତ । ଏହି ଚଳଚ୍ଚିତ୍ରରେ ରିତିକା ସିଂ, ମଞ୍ଜୁ ୱାରିଅର୍ ଏବଂ ଦୁଶାରା ବିଜୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ ।