ଓଡ଼ିଶା 365 (ବ୍ୟୁରୋ): କେନ୍ଦ୍ରାପଡ଼ା ପ୍ରସିଦ୍ଧ ରସାବଳିକୁ ମିଳିଲା GI ଟ୍ୟାଗ୍ ମାନ୍ୟତା।୨୦୨୧ ମସିହା
ଡିସେମ୍ବର ୧୩ ତାରିଖରେ ‘କେନ୍ଦ୍ରାପଡା ରସାବଳି ମିଷ୍ଟାନ୍ନ
ନିର୍ମାତା ସଂଘ’ ପକ୍ଷରୁ ବିଧିବଦ୍ଧ ଭାବେ ଆବେଦନ କରାଯାଇଥିଲା l ଆବେଦନ ପତ୍ରର
ତର୍ଜମା କରିବା ସହ ‘ରସାବଳି’ର ଐତିହାସିକ ଓ ଆଧ୍ୟାତ୍ମିକ ଦିଗକୁ ଅନୁଧ୍ୟାନ କରିବା ପରେ ଜିଆଇ
ଟ୍ୟାଗ୍ ପ୍ରଦାନ କରାଯାଇଛି।
ରସାବଳି କେନ୍ଦ୍ରାପଡ଼ା ଜିଲ୍ଲାର ଏକ
ଐତିହ୍ୟ ଏବଂ ସାଂସ୍କୃତିକ ବିରାସତର ଏକ ଭିନ୍ନ ପ୍ରତୀକ। କେନ୍ଦ୍ରାପଡ଼ାବାସୀଙ୍କ ଦୀର୍ଘ
ଦୁଇବର୍ଷର ଦାବି ପାଖରେ ଏକ ସୁଯୋଗ ପହଞ୍ଚିଛି ଯେ ରସାବଳିକୁ ଜିଆଇ ଟ୍ୟାଗ ଅଥବା ଭୌଗଳିକ
ସୁଚକାଙ୍କରେ ଏହା ଅନ୍ତର୍ଭୁକ୍ତ ହୋଇଛି। ରସାବଳି ରସାବଳି ବଳଦେବଜୀଉ ମନ୍ଦିରରେ ଭୋଗ ଲାଗି ହୁଏ
। ଏହା ଜଗନ୍ନାଥ ମନ୍ଦିରରେ ପରସା ଯାଉଥିବା ୫୬ ଭୋଗରୁ ଏକ। ଏହାକୁ ଜିଆଇ ଟ୍ୟାଗର ମାନ୍ୟତା
ମିଲିଯିବାରୁ ଅନ୍ୟତ୍ର ତିଆରି ରସାବଳିକୁ କେନ୍ଦ୍ରାପଡ଼ା ରସାବଳି ଭାବେ ଆଉ ବିକ୍ରି କରିହେବ
ନାହିଁ। ଏଥିରେ କେନ୍ଦ୍ରାପଡ଼ାବାସୀଙ୍କ ଏକ ପ୍ରକାର ପାରମ୍ପରିକ ଜ୍ଞାନ ଓ ସୁରକ୍ଷା ମିଳିବାକୁ
ଯାଉଛି।ରସାବଳି ସହିତ ରାଜ୍ୟର ବିଭିନ୍ନ ସ୍ଥାନରୁ ୯ଟି ସାମଗ୍ରୀକୁ
ନେଇ ନିକଟରେ ଭୁବନେଶ୍ଵରରେ ଅନୁଷ୍ଠିତ ଏକ ଜାତୀୟ ସ୍ତରୀୟ ବୈଠକରେ ମୂଲ୍ୟାୟନ କରାଯାଇଥିଲା । ଏହି ବୈଠକରେ ରସାବଳିକୁ ଜିଆଇ ମାନ୍ୟତା ନେଇ ପ୍ରାଧାନ୍ୟ ଦିଆଯାଇଥିଲା।