ଓଡ଼ିଆ 365 (ବ୍ୟୁରୋ): ରାଜ୍ୟରେ ହାତୀ ଓ ଗାଘ ମୃତ୍ୟୁ ନେଇ ଆଜି ଗୃହରେ ଉତ୍ତର ରଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ। ବିଭିନ୍ନ ରୋଗ, ବିଦ୍ୟୁତ ଆଘାତ, ରେଳ ଦୁର୍ଘଟଣା, ସଡକ ଦୁର୍ଗଟଣା, ଶିକାର, ବିଷ ପ୍ରୟୋଗ ଇତ୍ୟାଦି ମୁଖ୍ୟ କାରଣ ଯୋଗୁଁ ୨୦୧୫-୧୬ ଠାରୁ ୨୦୨୩-୨୪ ମଧ୍ୟରେ ରାଜ୍ୟରେ ଏପର୍ଯ୍ୟନ୍ତ ୬୯୮ଟି ହାତୀ, ୪୮ଟି କଲରାପତରିଆ ବାଘ ଓ ୭ଟି ମହାବଳ ବାଘଙ୍କର ଜୀବନ ଯାଇଥିବା କଥା ଆଜି ଗୃହରେ କହିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ
୨୦୧୫ରୁ ୨୦୨୩ ମସିହ ପର୍ଯ୍ୟନ୍ତ କେତେ ସଂଖ୍ୟକ ହାତୀ ଓ ବାଘଙ୍କ ମୃତ୍ୟୁ ଘଟିଲାଣି ଓ କେଉଁ କେଉଁ ମୁଖ୍ୟ କାରଣରୁ ସେମାନେ ମୃତ୍ୟୁମୁଖରେ ପଡୁଛନ୍ତି ତାର ନିରାକରଣ କରିବା ପାଇଁ ସରକାର କି କି ପଦକ୍ଷେପ ଗ୍ରହଣ କରିଛନ୍ତି ପ୍ରଶ୍ନ କରିଥିଲେ ବିଧାୟକ ପ୍ରଫୁଲ ସାମଲ । ତେବେ ଏହାର ଆଜି ଉତ୍ତର ରହିଛନ୍ତି ଶ୍ରୀ ଆମାତ୍।