ଓଡ଼ିଶା 365 (ବ୍ୟୁରୋ): ରାଜଧାନୀ ହିଟ୍ ଆଣ୍ଡ ରନ୍ ମାମଲାରେ ଗାଡି ମାଲିକ ବିକାଶ ପାଲକୁ ବାନ୍ଧିଲା ପୋଲିସ। ଆଠଗଡ଼ରୁ ଭୁବନେଶ୍ୱର ଫେରୁଥିବା ବେଳେ କ୍ୟାପିଟାଲ ଥାନା ପୋଲିସ ବିକାଶ ପାଲକୁ ଗିରଫ କରିଛି ।
ଖବର ଅନୁଯାୟୀ, ଗତ ୩ ଦିନ ତଳେ ରାଜମହଲ ଛକରେ ବେପାରୁଆ ଭାବେ ଗାଡି ଚଳାଇଥିଲେ ବିକାଶ ପାଲ୍ । ଏହି ସମୟରେ ଫୁଟ୍ପାଥ୍ରେ ଶୋଇଥିବା ଲୋକଙ୍କ ଉପରେ ଚଢିଯାଇଥିଲା । ଯାହାଫଳରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ବାକି ଆଉ ଜଣେ ମେଡିକାଲରେ ଚିକିତ୍ସା ଚାଲିଛି । ତେବେ ଦୁର୍ଘଟଣା ପରଠାରୁ ବିକାଶ ଫେରାର ରହିଥିଲେ । ଏପିରିକି କାର୍କୁ ଦୟା ନଦୀରେ ଫିଙ୍ଗି ଫେରାର ମାରିଥିଲା ବିକାଶ । ସେବେଠୁ ବିକାଶଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ପୋଲିସ ।