Saturday, May 10, 2025
No Result
View All Result
Odisha 365

Latest News

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
Odisha 365
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
No Result
View All Result
Odisha 365
No Result
View All Result

Latest News

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
  • ଜୀବନଶ yle ଳୀ
Home ରାଜ୍ୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ବାଚସ୍ପତି ହୋଇଛନ୍ତି ପ୍ରମିଳା ମଲ୍ଲିକ

param by param
Oct 3, 2023, 10:10 pm GMT+0530
FacebookTwitterWhatsAppTelegram

ଓଡ଼ିଶା365(ବ୍ୟୁରୋ): ରାଜସ୍ୱ ମନ୍ତ୍ରୀ ତଥା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଏବେ ଓଡ଼ିଶା ବିଧାନସଭାର ବାଚସ୍ପତି। ଏହା ପୂର୍ବରୁ କୌଣସି ମହିଳା ଓଡ଼ିଶା ବିଧାନସଭାର ବାଚସ୍ପତି ଆସନରେ ବସିନାହାନ୍ତି । ଅର୍ଥାତ ପ୍ରମିଳା ହେଉଛନ୍ତି ପ୍ରଥମ ମହିଳା ବାଚସ୍ପତି । ତେବେ ରାଜନୈତିକ କ୍ୟାରିଅର ସେତେଟା କ୍ଲିନ ନଥିବା ପ୍ରମିଳାଙ୍କୁ ବାଚସ୍ପତି କରିବାକୁ କାହିଁକି ଏତେ ଆଗ୍ରହ ଦେଖାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସବୁବେଳେ ବିବାଦରେ ରହୁଥିବା ପ୍ରମିଳାଙ୍କ ଉପରେ କାହିଁକି ବଢିଲା ନବୀନଙ୍କ ଏତେ ଭରସା… ତାହାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା। ଯେଉଁଦିନ ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ପାରିତ ହେଲା ସେହିଦିନ ଓଡ଼ିଶା ଗଣମାଧ୍ୟମରେ ବ୍ରେକିଂ ଖବର ଥିଲେ ପ୍ରମିଳା। ବାଚସ୍ପତି ପଦକୁ ସେତେଟା ଗୁରୁତ୍ୱ ଦେଉନଥିବା ନବୀନଙ୍କର ବାସ୍ତବରେ ହେଲା କଣ ? କାରଣ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ନବୀନ ୯ ଜଣ ବାଚସ୍ପତି ବଦଳାଇଛନ୍ତି । ପ୍ରମିଳା ହେଉଛନ୍ତି ନବୀନଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟର ୧୦ ନମ୍ବର ବାଚସ୍ପତି । ଇତିହାସ ଉପରେ ନଜର ପକାଇଲେ ଜଣାପଡ଼େ ବାଚସ୍ପତି ବଦଳାଇବା ନବୀନଙ୍କ ଅଭ୍ୟାସ। ଆଉ ଏକ ବଡ଼କଥା ହେଉଛି ମାତ୍ର ୨ଜଣଙ୍କୁ ଛାଡ଼ିଦେଲେ କୌଣସି ବି ବାଚସ୍ପତି ସେମାନଙ୍କ କାର୍ଯ୍ୟଅବଧି ପୁରା କରିପାରି ନାହାନ୍ତି । ଶରତ କର ଏବଂ ପ୍ରଦୀପ ଅମାନ୍ତଙ୍କୁ ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିବାକୁ ସୁଯୋଗ ଦେଇଛନ୍ତି ନବୀନ । ନିରଞ୍ଜନ ପୂଜାରୀ, ସୂର୍ଯ୍ୟନାରାୟଣ ପାତ୍ର, ବିକ୍ରମ କେଶରୀ ଆରୁଖଙ୍କ ପରି ନେତାଙ୍କୁ ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିବାର ସୁଯୋଗ ମଧ୍ୟ ମିଳିନାହିଁ ।

ତେବେ ଓଡ଼ିଶାବାସୀଙ୍କୁ ଯେଉଁ କଥାଟି ବେଶୀ ଚକିତ କରିଛି ତାହା ହେଉଛି ବରିଷ୍ଠ ନେତାଙ୍କ କଥା । ଯେତେବେଳେ ବାଚସ୍ପତି କଥା ଉଠିଲା ସେତେବେଳେ ଅନେକ ବରିଷ୍ଠ ବିଧାୟକଙ୍କ ନାଁ ଚର୍ଚ୍ଚାର ପରିଧିକୁ ଆସିଲା। ବିଧାୟକ ଅମର ପ୍ରସାଦ ଶତପଥୀ, ଦେବୀପ୍ରସାଦ ମିଶ୍ର, ନୃସିଂହ ସାହୁ ଏବଂ ପ୍ରଫୁଲ ମଲ୍ଲିକଙ୍କ ନାଁ ଆଗରେ ଥିଲା । ଏମାନଙ୍କ ମଧ୍ୟରେ ମହିଳା କାର୍ଡକୁ ନେଇ ସ୍ନେହାଙ୍ଗିନି ଛୁରିଆଙ୍କ ନାଁ ମଧ୍ୟ ଥିଲା । ମାତ୍ର ସବୁ ଚର୍ଚ୍ଚାକୁ ଭୁଲ ପ୍ରମାଣିତ କରିଦେଲେ ମୁଖ୍ୟମନ୍ତ୍ରୀ। ଏମିତିରେ ଅନେକ ସମୟରେ ଚର୍ଚ୍ଚାରେ ଫୁଲଷ୍ଟପ୍ ଲଗାଇବାରେ ନବୀନ ସିଦ୍ଧହସ୍ତ। ତେବେ ପ୍ରମିଳାଙ୍କୁ ବାଚସ୍ପତି କରିବା ପଛରେ କଣ ରହିଛି ନବୀନଙ୍କ ଉଦ୍ଦେଶ୍ୟ । ସବୁଠାରୁ ଅଧିକ ପଦମର୍ଯ୍ୟାଦା ଦାବି କରୁଥିବା ଆସନ ହେଉଛି ବାଚସ୍ପତି ଆସନ । ମାତ୍ର ପ୍ରମିଳାଙ୍କ ରାଜନୈତିକ ରେକର୍ଡ ଉପରେ ନଜର ପକାଇଲେ ଜଣାପଡ଼େ ସେ ସେତେଟା କ୍ଲିନ ନୁହଁନ୍ତି । କାରଣ ଡାଲି ଦୁର୍ନୀତି କଥା ହେଉ ଅବା ଚାଷୀ ଆତ୍ମହତ୍ୟା ପରି ସମ୍ବେଦନଶୀଳ ପ୍ରସଙ୍ଗରେ ସେ ବିବାଦୀୟ। ଚାଷୀଙ୍କୁ ଅମର ଲଡୁ ବାଣ୍ଡିବା ପରି ମତ ଦେଇ ସେ ବେଶ୍ ବିବାଦୀୟ ହୋଇଥିଲେ । କେବଳ ଏତିକି ନୁହେଁ ଫାଇଭ ଟି ସଚିବଙ୍କ ଗସ୍ତକୁ ନେଇ ମଧ୍ୟ ସେ ଚର୍ଚ୍ଚାକୁ ଆସିଥିଲେ । ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦଶରଥପୁରରେ ବିଇଓ ଟଙ୍କା ବାଣ୍ଟୁଥିବା ବେଳେ ପରୋକ୍ଷରେ ସେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଆଡ଼କୁ ଦୋଷ ଠେଲିଥିଲେ । ବିଞ୍ଝାରପୁର ବ୍ଲକର ଏକ ପଞ୍ଚାୟତରେ ନିର୍ବାଚନ ପ୍ରଚାର ବେଳେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ନଦେଲେ ସେ ତାଙ୍କ ଦୁଃଖ ଶୁଣିବେ ନାହିଁ ବୋଲି ଖୋଲାଖୋଲି ଧମକ ଦେଇଥିଲେ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ତାଙ୍କ ମାନସିକ ସ୍ଥିତି ଯାଞ୍ଚ କରନ୍ତୁ ବୋଲି କହି ଚର୍ଚ୍ଚାରେ ରହିଥିଲେ। ଏପରିକି ତାଙ୍କ କ୍ୱାର୍ଟରରେ ଜଣେ ଆତ୍ମହତ୍ୟା କରିଥିବାର ଅଭିଯୋଗ ବି ରହିଛି । ଏତେଗୁଡ଼ାଏ ବିବାଦ ସତ୍ତ୍ୱେ ତାଙ୍କୁ କାହିଁକି ବାଛିଲେ ନବୀନ ।

ଯେଉଁଦିନ ମହିଳା ସଂରକ୍ଷଣ ବିଲ୍ ପାରିତ ହେଉଛି ସେହିଦିନ ନବୀନ ଏ ନିଷ୍ପତ୍ତି କାହିଁକି ନେଲେ । ମିଶନ ଶକ୍ତି ନାଁରେ ମହିଳା କାର୍ଡ ଖେଳି ରାଜ୍ୟରେ ଏବେ ରାଜନୀତି ଚାଲିଛି । ତେଣୁ ଆଉ ଏକ ମହିଳା କାର୍ଡ ଖେଳିଲେ କି ନବୀନ । ଯେହେତୁ ପ୍ରମିଳା ଅନୂସୁଚିତ ଜାତି ଓ ଜନଜାତି ବର୍ଗର, ତେଣୁ ସେ ଜାତିକୁ ଗୁରୁତ୍ୱ ଦେବା ପାଇଁ ବା ସେ ଜାତିର ଭୋଟ ହାତେଇବା ପାଇଁ ନବୀନଙ୍କର ଏ ମାଷ୍ଟରଷ୍ଟ୍ରୋର ନୁହେଁ ତ । ଅନ୍ୟପକ୍ଷରେ ଦେଖିବାକୁ ଗଲେ ବିଧାନସଭାରେ ପ୍ରମିଳାଙ୍କର ଦୀର୍ଘ ୩୦ବର୍ଷର ଅଭିଜ୍ଞତା ରହିଛି । ୧୯୯୦ ମସିହାରେ ସେ ଜନତା ଟିକେଟରେ ବିଧାନସଭାରେ ଏଣ୍ଟ୍ରି କରିଥିଲେ । ପ୍ରମିଳା ୬ଥର ପାଇଁ ବିଧାୟକ ହୋଇଛନ୍ତି । ୨୦୦୦ ମସିହାରୁ ବିଜେଡି ଟିକେଟରେ ବିଞ୍ଝାରପୁରରୁ ବିଧାୟିକା ଭାବେ ଜିତୁଛନ୍ତି । ଯଦିଓ ଗୋଟିଏ ଥର ସେ ନିର୍ବାଚନ ହାରିଛନ୍ତି । ଆଉଏକ କଥା ହେଉଛି ଆଗକୁ ଶୀତକାଳୀନ ଅଧିବେଶନ ଆସୁଛି ଏବଂ ନିର୍ବାଚନର ଠିକ୍ ପୂର୍ବରୁ କାମଚଳା ବଜେଟ ଚାଲିବ। ତେଣୁ ବିରୋଧୀଙ୍କୁ ନିଷ୍କ୍ରିୟ କରିବାର କଳା କେବଳ ପ୍ରମିଳାଙ୍କ ପାଖରେ ଅଛି ବୋଲି କୁହାଯାଉଛି। କାରଣ ଅନେକ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ମଧ୍ୟ ବେଶ୍ ସହଜରେ ତାହାକୁ ଏଡ଼ାଇଯିବାରେ ସେ ସଫଳ ହୋଇଛନ୍ତି। ରାଷ୍ଟ୍ରପତି ଆସନରେ ମଧ୍ୟ ଜଣେ ଓଡ଼ିଆଙ୍କୁ ବସାଯାଇଛି । ଆଦିବାସୀ ସମ୍ପ୍ରଦାୟର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ମର୍ଯ୍ୟାଦାପୂର୍ଣ୍ଣ ରାଷ୍ଟ୍ରପତି ଆସନରେ ବସାଇବାର ଯେଉଁ ଶ୍ରେୟ ପ୍ରଧାନମନ୍ତ୍ରୀ ମୋଦି ନେଇଛନ୍ତି ତାହାକୁ ହାଇଜାକ୍ କରିବା ପାଇଁ ବୋଧହୁଏ ମୁଖ୍ୟମନ୍ତ୍ରୀ ଏ ମହିଳା କାର୍ଡ ଖେଳିଛନ୍ତି । ଅନୂସୁଚିତ ଜାତିକୁ ଗୁରୁତ୍ୱ ଦେଉଥିବା ଜଣାଇବାକୁ ଚାହିଁଛନ୍ତି। ମୋଦି ଯେଉଁ ରାସ୍ତାକୁ ଆପଣାଇ ସଫଳ ହେଉଛନ୍ତି ତାହାକୁ ବୋଧହୁଏ ନବୀନ ଏବେ ଫଲୋ କରୁଛନ୍ତି । ତେବେ ବାରମ୍ବାର ବାଚସ୍ପତି ବଦଳାଉଥିବା ନବୀନ ପ୍ରମିଳାଙ୍କୁ କେତେଦିନ ପାଇଁ ସେ ଆସନରେ ବସାଉଛନ୍ତି ତାହା ଦେଖିବାର ଅଛି ।

Tags: NULL
ShareTweetSendShare

RelatedNews

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
Latest News

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଆଜି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ରେଜଲ୍ଟ
Latest News

ଆଜି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ରେଜଲ୍ଟ

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?
Latest News

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?

ପୁଣିଥରେ ହେବ OCS ଆନ୍ଥ୍ରପୋଲୋଜି ପରୀକ୍ଷା, ଜାଣନ୍ତୁ କେବେ ହେବ ପରୀକ୍ଷା ?
Latest News

ପୁଣିଥରେ ହେବ OCS ଆନ୍ଥ୍ରପୋଲୋଜି ପରୀକ୍ଷା, ଜାଣନ୍ତୁ କେବେ ହେବ ପରୀକ୍ଷା ?

ରାଜ୍ୟରେ କାଳବୈଶାଖୀ ବର୍ଷା ନେଇ ଆଲର୍ଟ
Latest News

ଆହୁରି ୪ ଦିନ କାଳବୈଶାଖୀ

Latest News

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.