ଓଡ଼ିଆ 365 (ବ୍ୟୁରୋ) : କାନାଡାକୁ ପୁଣି ନାଲିଆଖି ଦେଖାଇଲା ଭାରତ । ନିଜ ଏଜେଣ୍ଡାକୁ ଭାରତରେ ଚଲାଇବା କାନାଡାକୁ ପଡ଼ିଲା ମହଙ୍ଗା । ଖାଲିସ୍ତାନୀ ଆତଙ୍କବାଦୀମାନଙ୍କୁ ସୁରକ୍ଷା ଦେଉଥିବା କାନାଡାକୁ ଧମକ ଦେଇଛି ଭାରତ । ଆସନ୍ତା ୧୦ ତାରିଖ ସୁଧା ୪୦ ଜଣ କୁଟନୀତିଜ୍ଞଙ୍କୁ କାନାଡା ଫେରାଇନେବାକୁ ଦେଇଛି ଚେତାବନୀ । ଯଦି କାନାଡା ତାର କୁଟନୀତିଜ୍ଞଙ୍କୁ ଫେରାଇ ନନିଏ ତେବେ ସେମାନଙ୍କୁ ବାହାର କରିଦିଆଯିବ ବୋଲି ସଫାସଫା ଶୁଣାଇଦେଇଛି ଭାରତ । ହରଦୀପ ସିଂ ହତ୍ୟା ଘଟଣାରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ଭାରତକୁ ଦାୟୀ କରିଥିଲେ । ଏହାପରେ ବିଗିଡିଥିଲା ଭାରତ କାନାଡା ସଂପର୍କ । ବିଶେଷ କରି ଭାରତକୁ ବିଭାଜନ କରିବା ପାଇଁ ଖଲିସ୍ତାନ ଆତଙ୍କବାଦୀମାନେ ଷଡ଼ଯନ୍ତ୍ର କରୁଥିବା ବେଳେ କାନାଡା ସରକାର ଭୋଟ ବ୍ୟାଙ୍କ ପାଇଁ ସେମାନଙ୍କୁ ସୁରକ୍ଷା ଦେଉଛି । ଯାହାକୁ ନେଇ ଭାରତ-କାନାଡ଼ା ସମ୍ପର୍କ ଦିନକୁ ଦିନ ବିଗିଡିବାରେ ଲାଗିଛି। ସେପଟେ କାନାଡାରେ ଥାଇ କିଛି ଖାଲିସ୍ତାନୀ ନେତା ମଣିପୁରରେ ହିଂସା ଭିଆଇବା ଲାଗି କୁକି ସମ୍ପ୍ରଦାୟଙ୍କୁ ଅର୍ଥ ଯୋଗାଉଥିବା ପ୍ରମାଣ ଭାରତ ହାତରେ ଲାଗିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ଭାରତରେ କାନାଡା ସୃଷ୍ଟି କରିବାକୁ ଚାହୁଁଛି ଅରାଜକତା। ଆଉ ଭାରତ-କାନାଡା ବିବାଦ ମଧ୍ୟରେ କାନାଡ଼ାକୁ ଝଟକା ଦେଇଛି ଭାରତ । ବିଶେଷ କରି ପାଶ୍ଚାତ୍ୟ ଦେଶମାନଙ୍କ ମଧ୍ୟ ଭାରତର ସଂପର୍କ ବୃଦ୍ଧି ପାଉଥିବା ବେଳେ କାନାଡାର ୪୦ରୁ ଅଧିକ କୂଟନୈତିକ କର୍ମଚାରୀଙ୍କୁ ଭାରତରୁ ତୁରନ୍ତ ଫେରାଇନେବାକୁ ଭାରତ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଅକ୍ଟୋବର ୧୦ ତାରିଖ ସୁଦ୍ଧା ଭାରତରେ ଥିବା କାନାଡାର ୪୦ରୁ ଅଧିକ କୂଟନୈତିକ କର୍ମଚାରୀଙ୍କୁ ଫେରାଇନେଉଛି କି ନାହିଁ ତାହା କାନାଡା ସ୍ପଷ୍ଟ କରିନାହିଁ । ଭାରତରେ କାନାଡାର ୬୨ ଜଣ କୂଟନୈତିକ କର୍ମଚାରୀ ରହିଛନ୍ତି। ଖଲିସ୍ତାନୀ ଆତଙ୍କବାଦୀଙ୍କୁ କାନାଡା ସୁରକ୍ଷା ଦେଉଥିବାରୁ ଭାରତ ତରଫରୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କାନାଡା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ସେପଟେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଖଲିସ୍ତାନୀ ପ୍ରେମ ଦେଖିବାକୁ ମିଳୁଛି। ଦେଶରେ ହତ୍ୟା,ଲୁଟପାଟ ବଢିଥିବାବେଳେ ଆଇନ ଶୃଙ୍ଖଳା ରକ୍ଷାକରିନପାରିବା ଟ୍ରୁଡ଼ୋ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।
ଭାରତ ସାରା ବିଶ୍ୱରେ ଆତଙ୍କବାଦୀର ଦମନ କରୁଥିବାବେଳେ କାନାଡା ନିଜର ଭୋଟ ବ୍ୟାଙ୍କ ବଞ୍ଚାଇବା ଲାଗି ଖାଲିସ୍ତାନୀ ଆତଙ୍କବାଦୀଙ୍କୁ ପୋଷୁଛି। ମାତ୍ର ଆତଙ୍କବାଦୀକୁ ଲୋକଦେଖାଣି ବିରୋଧ କରୁଛି। ଭାରତ ଉପରେ ମିଛରେ ଦୋଷ ଲଦିବା କାନାଡା ପ୍ରଧାନମନ୍ତ୍ରୀ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଗୋଟେପଟେ କାନାଡାର ଜନସାଧାରଣ ମାନେ ମଧ୍ୟ ତାଙ୍କୁ ବିରୋଧ କରିବା ସହ ସେ ଚରମ ପନ୍ଥୀ ମାନଙ୍କର ଖେଳନା ସାଜିଥିବା ସୋସିଆଲ ମିଡିଆରେ ସମାଲୋଚନା କରୁଛନ୍ତି,ଆମେରିକା,ବ୍ରିଟେନ,ଫ୍ରାନ୍ସ,ଅଷ୍ଟ୍ରେଲିଆଭଳି ରାଷ୍ଟ୍ରର ବିଶ୍ୱ ନେତା କାନାଡ଼ାର ଭାରତ ବିରୋଧି ନିଷ୍ପର୍ତ୍ତିକୁ ବିରୋଧ କରିଆସୁଛନ୍ତି । ଏପଟେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର କହିଥିଲେ, କିଛି ନିର୍ଦ୍ଦିଷ୍ଟ ରାଷ୍ଟ୍ରର ଏଜେଣ୍ଡାରେ ଆଉ ବିଶ୍ୱରେ ଚାଲିବ ନାହିଁ । ରାଜନୈତିକ ସୁବିଧା ପାଇଁ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ଠିକ୍ ନୁହଁ ,ଏହାକୁ ତୁରନ୍ତ
ବନ୍ଦ କରାଯାଉ। କାନାଡା ସରକାର ଆତଙ୍କବାଦୀ, ଉଗ୍ରବଦୀ ଓ ହିଂସାକୁ ପ୍ରୋତ୍ସାହିତ କରୁଥିବାରୁ ଭାରତ ଓ କାନାଡା ମଧ୍ୟରେ ସଂପର୍କ ତୁଟିବାରେ ଲାଗିଛି । ଟ୍ରୁଡୁ ସରକାର ସଚେତନ ନହେଲେ ଏହାର ପରିଣାମ ଭୋଗିବ କାନାଡ଼ା ।