ଓଡ଼ିଆ 365 (ବ୍ୟୁରୋ) : ସେପ୍ଟେମ୍ବର ମାସରେ ଦ୍ରବ୍ୟ ଓ ସେବା କର ଅର୍ଥାତ୍ ଜିଏସଟି ସଂଗ୍ରହରେ ବୃଦ୍ଧି । ଅର୍ଥମନ୍ତ୍ରଣାଳୟ ୨୦୨୩ ସେପ୍ଟେମ୍ବର ପାଇଁ ସରକାରୀ ଜିଏସଟି ତଥ୍ୟ ପ୍ରକାଶ କରିଛନ୍ତି । ତଥ୍ୟ ଅନୁସାରେ ସେପ୍ଟେମ୍ବର ମାସରେ ଜିଏସଟି ରାଜସ୍ବରେ ପ୍ରା0ୟ ୧୦ ପ୍ରତିଶତ ବୃଦ୍ଧି ଘଟିଛି । ଚଳିତ ଆର୍ଥିକ ବର୍ଷରେ ଏହା ଚତୁର୍ଥ ମାସ କି, ଯେଉଁଥିରେ ରାଜସ୍ବ ସଂଗ୍ରହ ୧.୬୨ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ସେପ୍ଟେମ୍ବର ମାସରେ ସେବା ଓ ଦ୍ରବ୍ୟ କର ୧୬୨୭୧୨ କୋଟି ଟଙ୍କା ସଂଗ୍ରହ କରାଯାଇଛି । ଏଥିରେ କେନ୍ଦ୍ରୀୟ ଜିଏସଟି ୨୯୮୧୮ କୋଟି ଟଙ୍କା, ରାଜ୍ୟ ଜିଏସଟି ୩୭୬୫୭ କୋଟି ଟଙ୍କା, ଇଣ୍ଟିଗ୍ରେଟେଡ ଜିଏସଟି ୮୩୬୨୩ କୋଟି ଟଙ୍କା ରୁ ୧୧୬୧୩ କୋଟି ଟଙ୍କା ଜିଏସଟି ସଂଗ୍ରହ କରାଯାଇଛି ।
ଅର୍ଥମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁସାରେ, ,୨୦୨୩ ସେପ୍ଟେମ୍ବର ମାସରେ ହୋଇଥିବା ଜିଏସଟି ସଂଗ୍ରହ ପୂର୍ବ ବର୍ଷର ଏହି ମାସ ଅର୍ଥାତ ୨୦୨୨ ସେପ୍ଟେମ୍ବର ମାସ ତୁଳନାରେ ୧୦ ପ୍ରତିଶତ ଅଧିକ ସଂଗ୍ରହ କରାଯାଇଛି । ତେବେ ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ଚତୁର୍ଥ ଥର ପାଇଁ ଜିଏସଟି ସଂଗ୍ରହ ୧.୬୦ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି ।
ସେପ୍ଟେମ୍ବର ମାସରେ ଦେଶର ସମସ୍ତ ରାଜ୍ୟ ମଧ୍ୟରୁ ମହାରାଷ୍ଟ୍ରରେ ଅଧିକ ଜିଏସଟି ସଂଗ୍ରହ କରାଯାଇଛି ।
ପୂର୍ବ ବର୍ଷ ୨୧୪୦୩ କୋଟି ଟଙ୍କା ସଂଗ୍ରହ କରାଯାଇଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବରରେ ଏହା ୧୭ ପ୍ରତିଶତ ବୃଦ୍ଧି ପାଇ ୨୫୧୩୭ କୋଟି ଟଙ୍କା ପହଞ୍ଚିଛି । ସେହିପରି ଓଡ଼ିଶାରେ ଜିଏସଟି ଆଦାୟରେ ୧୩ ପ୍ରତିଶତ ବୃଦ୍ଧି ଘଟି ୪୨୪୯ କୋଟି ଟଙ୍କାରେ ପହଞ୍ଚିଛି । ଯାହା ଗତବର୍ଷ ଅର୍ଥାତ ସେପ୍ଟେମ୍ବର ୨୦୨୨ରେ ଓଡ଼ିଶାରୁ ୩୭୬୫ କୋଟି ଟଙ୍କା ଜିଏସଟି ଆଦାୟ ହୋଇଥିଲା ।