ଓଡ଼ିଶା 365 (ବ୍ୟୁରୋ): ବିଧାନସଭାର ଚଳିତ ମୌସୁମୀ ଅଧିବେଶନ ଚାଲୁଛି କମ୍ ମୁଲତବି ହେଉଛି ବେଶି। ସ୍ୱାଭାବିକ ଚାଲିପାରୁନି ଗୃହ । ଆଜି ମଧ୍ୟ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖାଦେଇଥିଲା। ବିରୋଧୀ ବିଧାୟକଙ୍କ ହଟ୍ଟଗୋଳ କାରଣରୁ ବିଧାନସଭାକୁ ଦିନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ବିଜେପି ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଯାଇ ମୁଖ୍ୟମନ୍ତ୍ରୀ ବିବୃତିରୁ ଜନବିରୋଧୀ ଶବ୍ଦକୁ ବାଦ ଦେବାକୁ ଦାବି କରିଥିଲେ । ଏହାସହ ବାଚସ୍ପତିଙ୍କୁ ଡାଲି ଫୋପାଡିବା ଘଟଣାରେ ନିଲମ୍ବିତ ହୋଇଥିବା ବିଜେପିର ୨ଜଣ ବିଧାୟକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିବାକୁ ବିଜେପି ବିଧାୟକମାନେ ଦାବି କରିଛନ୍ତି । ବିଜେପି ବିଧାୟକଙ୍କ ହଟ୍ଟଗୋଳ ଯୋଗୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବି ରଖିଛନ୍ତି ।
ସୂଚନା ଥାଉକି, ଛୁଟି ପରେ ମଙ୍ଗଳବାର ଆରମ୍ଭ ହୋଇଥିଲା ବିଧାନସଭା ଅଧିବେଶନ । ଆରମ୍ଭରୁ ହଙ୍ଗାମା କରିଥିଲେ ବିରୋଧୀ । ବାଚସ୍ପତିଙ୍କ ପୋଡିୟମ ନିକଟରେ ନାରବାଜି କରିଥିଲେ ବିରୋଧୀ । ଫଳରେ ଚାଲିପାରିନଥିଲା ଗୃହକାର୍ଯ୍ୟ । ପରିସ୍ଥିତି ଏମିତି ହୋଇଥିଲା ଯେ ବାଧ୍ୟହୋଇ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।