ଓଡ଼ିଶା 365 (ବ୍ୟୁରୋ): ବାଙ୍କୀ ଜାତମୁଣ୍ଡିଆ ମହାନଦୀ ବ୍ରିଜରେ ପିଟି ହୋଇ ବିପଦଜନକ ଭାବେ ଝୁଲି ରହିଛି ଯାତ୍ରୀବାହୀ ବସ୍ । ଅନଗୁଳରୁ ଭୁବନେଶ୍ୱର ଯାଉଥିବା ବସଟି ଜାତମୁଣ୍ଡିଆ ବ୍ରିଜ୍ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ବସଟି ମହାନଦୀରେ ନପଡି ବ୍ରିଜରେ ବିପଦଜନକ ଭାବେ ଝୁଲି ରହିଛି। ୧୦ରୁ ଅଧିକ ଯାତ୍ରାୀ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।
ଅଧା ଝୁଲା ବସଟିକୁ କିଭଳି କଢ଼ାଯାଇ ପାରିବ ସେନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।