ଓଡ଼ିଶା 365 (ବ୍ୟୁରୋ): ୨୦୧୮ରେ ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀ ସବୁଦିନ ପାଇଁ ଏ ଦୁନିଆ ଛାଡି ଚାଲିଯାଇଥିଲେ । ହେଲେ ତାଙ୍କ ମୃତ୍ୟୁର କାରଣ ଏବେ ବି ଅସ୍ପଟ ରହିଛି । ହୁଏତ ମୃତ୍ୟୁ ଶ୍ରୀଦେବୀ ବାଥ୍ଟବ୍ରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି ବୋଲି କୁହାଯାଉଥିବା ବେଳେ ଏହା କେତେଦୂର ସତ୍ୟତା ତାହା ଜାଣି ହେଉନଥିଲା । ଅନେକ ଥର ଶ୍ରୀଦେବୀଙ୍କ ମୃତ୍ୟୁ କିପରି ହୋଇଥିଲା ତାହାର କାରଣ ବିଷୟରେ ତାଙ୍କ ସ୍ବାମୀ ତଥା ଫିଲ୍ମ ନିର୍ମାତା ବୋନି କପୁରଙ୍କୁ ପଚରାଉଚରା କରାଯାଇଥିଲା। ହେଲେ ଏହି ସମୟରେ ବୋନି କପୁର ଚୁପ ରହୁଥିଲେ ,ଯାହା ଅନ୍ୟକିଛି କାରଣ ସୂଚାଉଥିଲା । ତାଙ୍କୁ ହତ୍ୟା କରାଯାଇଛି ବୋଲି ଅନେକ ଥର ଦାବି ମଧ୍ୟ ହୋଇଛି । ହେଲେ ଏସବୁ ଶୁଣି ପାଟି ଚୁପ କରି ରହୁଥିଲେ ବୋନି ।
ହେଲେ ବର୍ତ୍ତମାନ ବୋନି କପୁର ୫ ବର୍ଷ ପରେ ତାଙ୍କ ସ୍ତ୍ରା ଶ୍ରୀଦେବୀଙ୍କ ମୃତ୍ୟୁା କାରଣ ଜନସାଧାରଣଙ୍କ ଆଗରେ ବଖାଣିଛନ୍ତି । କିପରି ହୋଇଥିଲା ଶ୍ରୀଦେବୀଙ୍କ ମୃତ୍ୟୁ ? ତାଙ୍କୁ କିଏ ହତ୍ୟା କରିଥିଲା ନା କେମିତି ମୃତ୍ୟୁ ବରର କରିଥିଲେ ବୋନି ଏସବୁ ଉପରୁ ପରଦା ହଟାଇଛନ୍ତି ବୋନି କପୁର । ବୋନିଙ୍କ କହିବା ମୁତାବକ, ଶ୍ରୀଦେବୀଙ୍କର ନିମ୍ନ ରକ୍ତଚାପ ଥିଲା। ସେଥିପାଇଁ ଡାକ୍ତର ତାଙ୍କୁ ଠିକ ଭାବରେ ଖାଦ୍ୟ ଖାଇବାକୁ କହିଥିଲେ। ହେଲେ ଫିଟ୍ ଦିଶିବା ପାଇଁ ଶ୍ରୀଦେବୀ ବହୁତ ସମୟ ଭୋକିଲା ରହୁଥିଲେ। ଏଥିପାଇଁ ସେ ଅନେକ ଥର ଅଚେତ ମଧ୍ୟ ହୋଇଛନ୍ତି। ମୃତ୍ୟୁ ପୂର୍ବରୁ ତାଙ୍କର ଏକ ଦାନ୍ତ ମଧ୍ୟ ଭାଙ୍ଗିଯାଇଥିଲା। ଏସବୁ ଦେଖି ମୁଁ ତାଙ୍କୁ ତାଗିଦ୍ କରୁଥିଲି। ହେଲେ ସେ କାହା କଥା ଶୁଣୁନଥିଲେ ଏବଂ ଖାଦ୍ୟ ଠିକ ସମୟରେ ଖାଉନଥିଲେ, ଯାହା ତାଙ୍କ ମୃତ୍ୟୁର କାରଣ ହେଲା।
ଏହା ପୂର୍ବରୁ ଶ୍ରୀଦେବୀଙ୍କ ଜୀବନୀ ଉପରେ ‘ଶ୍ରୀଦେବୀ: ଦ ଏଟର୍ନାଲ ଗଡେସ୍’ ଶୀର୍ଷକ ପୁସ୍ତକ ଲେଖିଥିବା ସତ୍ୟାର୍ଥ କହିଥିଲେ ଯେ, ମୁଁ ପଙ୍କଜ ପରାଶର ଓ ଅଭିନେତା ନାଗାର୍ଜୁନ୍ଙ୍କୁ ଭେଟିଥିଲି। ଏ ଦୁହେଁ ମୋତେ କହିଥିଲେ କି ଶ୍ରୀଦେବୀଙ୍କର ନିମ୍ନ ରକ୍ତଚାପ ଥିଲା। ପଙ୍କଜ ପରାଶର ଓ ନାଗାର୍ଜୁନଙ୍କ ସହ କାମ କରୁଥିବା ବେଳେ ଅନେକ ଥର ଶ୍ରୀଦେବୀ ଗାଧୁଆଘରେ ଅଚେତ ହୋଇ ପଡ଼ି ଯାଇଥିବା ଦୁହେଁ କହିଥିଲେ।