ଓଡ଼ିଶା ୩୬୫(ବ୍ୟୁରୋ): ଚନ୍ଦ୍ର, ସୂର୍ଯ୍ୟ ମିଶନ ପରେ ପୁଣି ଇସ୍ରୋ ଆରମ୍ଭ କରିବାକୁ ଯାଉଛି ମଙ୍ଗଳ ମିଶନ । ଦୀର୍ଘ ୯ ବର୍ଷ ପରେ ପୁଣି ଥରେ ମଙ୍ଗଳକୁ ମହାକାଶ ଯାନ ପଠାଇବାକୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ମଙ୍ଗଳ ଗ୍ରହ ପୃଥିବୀର ସବୁଠୁ ନିକଟତମ ଗ୍ରହ ହୋଇଥିବା ବେଳେ ପୃଥିବୀ ସହ ଏହାର ଅନେକ ସାମଞ୍ଜସ୍ୟ ରହୁଛି । ତେଣୁ ଏହି ଲାଲ ଗ୍ରହରେ ଅଧିକ ଗବେଷଣା ପାଇଁ ପୁଣି ଥରେ ମିଶନ ପଠାଇବାକୁ ଅଣ୍ଟା ଭିଡିଛି ଇସ୍ରୋ । ମଙ୍ଗଳଯାନ-୨ରେ ରହିବ ୪ଟି ପେ ଲୋଡ୍ । ଏହି ମିଶନ ଜରିଆରେ ମଙ୍ଗଳ ଗ୍ରହର ଧୂଳିକଣା, ବାତାବରଣ ଓ ପରିବେଶ ସମ୍ପର୍କରେ ଅଧ୍ୟୟନ କରାଯିବ ।
ମଙ୍ଗଳରେ ମଣିଷ ବସବାସ କରିବା ସମ୍ଭବ କି ନୁହେଁ ତାହା ଉପରେ ଅଧ୍ୟୟନ କରିବ ଇସ୍ରୋ । ତେବେ ୨୦୧୪ ମସିହା ସେପ୍ଟେମ୍ବର ୨୪ ତାରିଖରେ ପ୍ରଥମ ପ୍ରୟାସରେ ମଙ୍ଗଳର କକ୍ଷ ପଥରେ ପ୍ରବେଶ କରି ଇତିହାସ ରଚିଥିଲା ଭାରତ । ଚତୁର୍ଥ ଦେଶ ଭାବେ ମଙ୍ଗଳକୁ ମିଶନ ପଠାଇବାରେ ସଫଳ ହୋଇଥିଲା ଭାରତ ।