ଓଡ଼ିଆ 365 (ବ୍ୟୁରୋ) : ଏସିଆନ ଗେମ୍ସ କ୍ରିକେଟ୍ରର କ୍ୱାଟର ଫାଇନାଲ୍ରେ ଭାରତୀୟ ଟିମ୍ ନେପାଳକୁ ୨୩ରନରେ ହରାଇ ଦମ୍ଦାର ବିଜୟ ହାସଲ କରିଛି । ଏଥିସହ ଦଳ ସେମିଫାଇନାଲରେ ଏଣ୍ଟ୍ରି ମାରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ, ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୨୦୨ ରନ୍ କରିଥିଲା। ନେପାଳ ଟିମ୍ ମୋଟ ୨୦ ଓଭରରେ ୮ଓ୍ୱିକେଟ୍ ହରାଇ ୧୭୯ ରନ୍ କରିବାରେ ସକ୍ଷମ ହୋଇଥିଲା । ଏହି କ୍ୱାଟର ଫାଇନାଲ ମୁକାବିଲାରେ ଭାରତ ପକ୍ଷରୁ ଯସଶ୍ରୀ ୪୯ ବଲ୍ରେ ଦ୍ରୁତତମ ଶତକ ହାସଲ କରିଥିଲେ ।
ଅଧିନାୟକ ରିତୁରାଜ୍ ଗାଏକ୍ବାଡ୍ ୨୫ ରନ୍ କରିଥିବା ବେଳେ ଶିବମ ଦୁବେ ୨୫ ସଂଗ୍ରହ କରିଥିବାବେଳେ ବ୍ୟାଟର ରିଙ୍କୁ ସିଂହ ମାତ୍ର ୧୫ ବଲଖେଳି ୩୭ ରନ୍ର ପାଳି ଖେଳିଛନ୍ତି । ନେପାଳ ପକ୍ଷରୁ ଦିପେନ୍ଦ୍ର ସିଂହ ଆଇରୀ ସର୍ବାଧିକ ୩୨ ରନ୍ କରିଥିଲେ । ଆସନ୍ତା ୬ ତାରିଖ ଦିନ ଦୁଇଟି ସେମିଫାଇନାଲ ମୁକାବିଲା ଖେଳାଯିବ । ପ୍ରଥମ ଟିମ୍ ଭାବେ ସେମିରେ ପ୍ରବେଶ କରିଛି ଭାରତ । ଦୁଇ ସେମି ବିଜେତା ଦଳକୁ ନେଇ ୭ ତାରିଖରେ ଖେଳାଯିବ ଫାଇନାଲରେ ମୁକାବିଲା ।