ଓଡ଼ିଶା 365 (ବ୍ୟୁରୋ): ଗୋଟେପଟେ ରାଜ୍ୟସରକାର ରାଜ୍ୟରୁ କଚ୍ଚାଘର ହଟାଇ ସମସ୍ତଙ୍କୁ ପକ୍କାଘର ଯୋଗାଇଦେବାକୁ ଡେଙ୍ଗୁରା ପିଟୁଥିବା ବେଳେ ବାସ୍ତବତା କିନ୍ତୁ ଏଥିରୁ ଅନେକ ଦୂରରେ। ଏବେ ବି ରାଜ୍ୟରେ ଭରି ରହିଛି କଚ୍ଚାଘର। କେଉଁଠି କଚ୍ଚାଘରର କାନ୍ଥ ଭୁଶୁଡ଼ି ପଡ଼ୁଛି ତ ଆଉ କେଉଁଠି ନିଆଁ ଲାଗିଯାଉଛି। ଫଳରେ ଅକାଳରେ ଯାଉଛି ଲୋକଙ୍କ ଜୀବନ। ଏହି କ୍ରମରେ ଲଗାଣ ବର୍ଷା ଫଳରେ ସୁନ୍ଦରଗଡ଼ରେ କାନ୍ଥ ଭୁଶୁଡ଼ି ଜଣଙ୍କର ଜୀବନ ଯାଇଛି । ଲଗାଣ ବର୍ଷା ଯୋଗୁ ଜରଙ୍ଗଲୋଇ ଗାଁର କୁରୁନାଥ କାନ୍ତାଙ୍କ ଘରର କାନ୍ଥ ଭୁଶୁଡ଼ି ପଡ଼ିଛି । କୁରୁନାଥଙ୍କ ଉପରେ କାନ୍ଥ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖରେ ଶୋଇଥିବା ଛୋଟ ପିଲାଟି ଅଳ୍ପକେ ବର୍ତ୍ତିଯାଇଛି । କୁରୁନାଥଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଡ଼ଗାଁ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।
ମାତ୍ର, କୁରୁନାଥଙ୍କ ପୁଅ ଗୁରୁତର ହୋଇଛନ୍ତି । ତାଙ୍କୁ ବଡ଼ଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଅର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ସୂଚନା ମିଳିଛି। ଯାହା ରାଜ୍ୟ ସରକାରଙ୍କ ସମସ୍ତଙ୍କୁ ପକ୍କାଘର ଯୋଗାଇଦେଉଥିବା ଡିଙ୍ଗିରା ପିଟୁଛନ୍ତି ତାହାର ଅସଲ ସତ ସାମ୍ନାକୁ ଆସିଛି।