ଓଡ଼ିଶା 365 (ବ୍ୟୁରୋ) : ଚୀନର ହାଙ୍ଗଝୌରେ ଖେଳାଯାଉଥିବା ଏସିଆନ୍ ଗେମ୍ସରେ
୬୦ ପଦକ ଜିତି ଚତୁର୍ଥ ସ୍ଥାନ ବଜାୟ ରଖିଛି ଭାରତ। ନବମ ଦିନରେ ଭାରତକୁ ୭ ମେଡାଲ୍ ଜିତିଥିବାବେଳେ ସେଥିରେ ୩ ରୌପ୍ୟ, ଗୋଟିଏ ବ୍ରୋଞ୍ଜ ସାମିଲ୍ ହୋଇଛି। ସେଥିମଧ୍ୟରୁ ୫ ମେଡାଲ ଜିତିଛନ୍ତି ଆଥ୍ଲେଟ୍ମାନେ । ମୋଟ ଭାରତ ୧୩ ସ୍ୱର୍ଣ୍ଣ,୨୪ ରୌପ୍ୟ,୨୩ କାଂସ୍ୟ ପଦକ ଜିତିଛି ଭାରତ।
୪୦୦ ମିଟର ମିଶ୍ରିତ ରିଲେରେ ଭାରତୀୟ ଦଳକୁ ରୌପ୍ୟ ପଦକ ମିଳିଛି। ଏହାପୂର୍ବରୁ ସ୍କେଟର୍ସ ୨ ଟି କାଂସ୍ୟ ପଦକ ଜିତିଥିଲେ।
ଟେବୁଲ୍ ଟେନିସର ମହିଳା ଡବଲ୍ସ ଇଭେଣ୍ଟ ଓ ସ୍କେଟିଂରେ ବ୍ରୋଞ୍ଜ ଜିତିଛି ଭାରତ। ଏହା ପରେ ପୁରୁଷ ଦଳ ରିଲେ ଇଭେଣ୍ଟରେ ଭାରତ ବ୍ରୋଞ୍ଜ ପଦକ ହାତେଇଛି। ଷ୍ଚିପଲଚେଜ୍ରେ ବି ରୌପ୍ୟ ଜିତିଛି ଭାରତ। ମହିଳା ୩୦୦୦ ମିଟର ଷ୍ଟିପଲ୍ଚେଜ୍ ଇଭେଣ୍ଟରେ ପାରୁଲ ଚୌଧୁରୀ ଭାରତ ପାଇଁ ରୌପ୍ୟ ଜିତିଛନ୍ତି। ସେହିପରି ଏହି ଇଭେଣ୍ଟରେ ପ୍ରୀତି ବ୍ରୋଞ୍ଜ ମେଡାଲ୍ ହାତେଇଛନ୍ତି। ମହିଳା ଲଙ୍ଗ ଜମ୍ପରେ ସୋଜନ ରୌପ୍ୟ ଜିତିଛନ୍ତି। ୬.୬୩ ମିଟର ଲମ୍ଫ ଦେଇ ରୌପ୍ୟ ହାତେଇଛନ୍ତି ସୋଜନ। ଏହା ବ୍ୟତୀତ ମିକ୍ସ ରିଲେ ଟିମ୍କୁ ମିଳିଛି ରୌପ୍ୟ । ସେହିପରି ଭାରତୀୟ ପୁରୁଷ ହକି ଦଳ ବାଂଲାଦେଶକୁ ହରାଇ ସେମିଫାଇନାଲ୍ରେ ପ୍ରବେଶ କରିଛି। ପ୍ରଥମ ସ୍ଥାନରେ ଚୀନ,ଦ୍ୱିତୀୟ ସ୍ଥାନରେ ରହିଛି ଜାପାନ।