ଓଡ଼ିଶା 365 (ବ୍ୟୁରୋ) : ଆପଣ ଜାଣନ୍ତି କି ଶରୀର ପାଇଁ ଗୋଲମରିଚରେ ଅନେକ ଔଷଧୀୟ ଗୁଣମାନ ରହିଛି । ସାଧାରଣତ ଗୋଲମରିଚ ରୋଷେଇ ଘରେ ବ୍ୟବହାର କରାଯାଇଥାଏ । କେବଳ ମସଲାରରେ ବ୍ୟବହାର କରାଯାଏ ନାହିଁ ବରଂ ଏଥିରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଥାଏ । ଯଦି ସକାଳେ ଖାଲି ପେଟରେ ଉଷୁମ ପାଣିରେ ଗୋଲମରିଚ ଖାଇଥାନ୍ତି, ତେବେ ଏହା ଆମ ଶରୀରକୁ ବହୁତ ଲାଭ ଦେଇଥାଏ । ତେବେ ଚାଲନ୍ତୁ ଜାଣିବା ଗୋଲ ମରିଚର ବିଭିନ୍ନ ଉପକାରିତା ବିଷୟରେ ଉଷୁମ ପାଣି ସହିତ ଗୋଲମରିଚ ଖାଇବା ଦ୍ୱାରା ଶରୀରର କ୍ଷମତା ବଢିଥାଏ । ଶରୀରରେ ଜଳର ଅଭାବକୁ ନିୟନ୍ତ୍ରଣ କରିବା ସହିତ ଭିତରେ ଥିବା ଅମ୍ଳତା ସମସ୍ୟାକୁ ମଧ୍ୟ ସମାପ୍ତ କରିଥାଏ ।
ଗୋଲମରିଚକୁ ଉଷୁମ ପାଣି ସହିତ ଖାଇବା ଦ୍ୱାରା ଶରୀରରେ ବଢୁଥିବା ଚର୍ବିକୁ ହ୍ରାସ କରିଥାଏ । କୋଷ୍ଠକାଠିନ୍ୟ ରୋଗୀଙ୍କ ପାଇଁ ଗୋଲମରିଚ ଖାଇବା ଅତ୍ୟନ୍ତ ଲାଭଦାୟକ ।ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏକ କପ୍ ପାଣିରେ ଲେମ୍ବୁ ରସ, ଗୋଲମରିଚ ଗୁଣ୍ଡ ଏବଂ ଲୁଣ ମିଶାଇ ଏହାକୁ ପିଇବା ଦ୍ୱାରା କିଛି ଦିନ ମଧ୍ୟରେ ଗ୍ୟାସ୍ ଏବଂ କୋଷ୍ଠକାଠିନ୍ୟ ସମସ୍ୟାଦୂର ହୋଇଥାଏ । ଗରମ କ୍ଷୀରରେ ମିଶ୍ରିତ ଗୋଲମରିଚ ମିଶାଇ ପିଇବା ଦ୍ୱାରା ଥଣ୍ଡାରୁ ଆରାମ ଦେଇଥାଏ । ଏହା ବ୍ୟତୀତ, ବାରମ୍ବାର ଥଣ୍ଡା କିମ୍ବା କ୍ରମାଗତ ଭାବରେ ଛିଙ୍କ ଆସୁଥିଲେ, ତେବେ ପ୍ରତିଦିନ ଗୋଲ ମରିଚ ସଂଖ୍ୟାକୁ ଏକରୁ ପନ୍ଦର ପର୍ଯ୍ୟନ୍ତ ବୃଦ୍ଧି କରି ଖାଇବା ଆରମ୍ଭ କରନ୍ତୁ ଏବଂ ତା’ପରେ ପ୍ରତିଦିନ ପନ୍ଦରରୁ ଏକକୁ ହ୍ରାସ କରନ୍ତୁ । ଏହା କରିବା ଦ୍ୱାରା ଆପଣ ଥଣ୍ଡା ସମସ୍ୟାରୁ ମୁକ୍ତି ପାଇପାରିବେ ।