ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ବିରୁଷ୍କା । ପୁଣିଥରେ ମା’ ହେବାକୁ ଯାଉଛନ୍ତି ଅନୁଷ୍କା,ବାପା ଡାକ ଶୁଣିବେ କ୍ରିକେଟର୍ ବିରାଟ କୋହଲି । ଖୁବଶୀଘ୍ର ଘରକୁ ଆସିବେ କୁନି ଅତିଥି, ହସ ଖୁସିରେ ଫାଟି ପଡ଼ିବ ଗାଁ ଦାଣ୍ଡ । ବିରାଟ ଓ ଅନୁଷ୍କା ଉଭୟ କ୍ରିକେଟ୍ ଓ ବଲିଉଡ୍ ଜଗତରେ ଏକ ପରିଚିତ ଯୋଡ଼ି। ଯାହାଙ୍କୁ ନେଇ ଏକ ବଡ଼ ଖବର ଚର୍ଚ୍ଚାକୁ ଆସିଛି । ଖବର ଅନୁସାରେ, ଅନୁଷ୍କା ପୁନର୍ବାର ମାଆ ବନିବାକୁ ଯାଉଛନ୍ତି। ବିରୁଷ୍କାଙ୍କ ଘରେ ପୁଣି ଏକ କୁନି ପିଲାର ଆଗମନ ହେବାକୁ ଯାଉଛି ବୋଲି ପ୍ରକାଶ ପାଇଛି। ଅଭିନେତ୍ରୀ ଦ୍ବିତୀୟ ଥର ମାଆ ବନିବାକୁ ଯାଉଥିବା ବେଳେ ପତି-ପତ୍ନୀ ପୂରା ପ୍ରସ୍ତୁତି ଆରମ୍ଭ କରିଛନ୍ତି।ଅନୁଷ୍କା ଏବେ ତାଙ୍କର ଦ୍ବିତୀୟ ତ୍ରୈମାସିକରେ ଅଛନ୍ତି ଓ ନିଜ ଗର୍ଭକାଳୀନ ସମୟକୁ ଖୁବ୍ ଉପଭୋଗ କରୁଛନ୍ତି। କୁହାଯାଉଛି କି ଗତ ଥର ଭଳି ଦମ୍ପତି ଏଥର ବି ଶେଷ ମୁହୂର୍ତ୍ତରେ ଲୋକଙ୍କ ସହ ଖୁସି ଖବର ସେୟାର୍ କରିବେ।
ସେପଟେ, ଗୁଆହାଟୀରେ ଚାଲିଥିବା ବିଶ୍ୱକପ ୨୦୨୩ର ୱାର୍ମ ଅପ ମ୍ୟାଚରେ ବ୍ୟସ୍ତ ଥିବା ବିରାଟ କୋହଲିଙ୍କୁ ଶୀଘ୍ର ମୁମ୍ବାଇ ଫେରିବାକୁ ପଡିଲା, ଯାହା ଏବେ ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି। ଖବରମୁତାବକ,ଅନୁଷ୍କାଙ୍କ ଗର୍ଭବତୀ ଖବର ମଧ୍ୟରେ ବିରାଟ କୋହଲି ଜରୁରୀକାଳୀନ ପରିସ୍ଥିତିରେ ମୁମ୍ବାଇ ଫେରିଥିଲେ,ଏବଂ ଏହା ଅନେକ କଳ୍ପନାଜଳ୍ପନା ସୃଷ୍ଟି କରୁଛି। ମଙ୍ଗଳବାର ତିରୁବନନ୍ତପୁରମରେ ନେଦରଲ୍ୟାଣ୍ଡ ବିପକ୍ଷ ଆଇସିସି ଓଡିଆଇ କ୍ରିକେଟ ବିଶ୍ୱକପର ଟିମ ଇଣ୍ଡିଆର ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ବିରାଟ ବ୍ୟସ୍ତ ଥିଲେ। ତେବେ ବିରାଟ କୋହଲିଙ୍କ ହଠାତ୍ ଜରୁରୀକାଳୀନ ପରିସ୍ଥିତିକୁ ଫେରିବା ପଛର କାରଣ ଜଣାପଡିନାହିଁ। ସୂଚନାଯୋଗ୍ୟ, ଏସିଆ କପ ପରେ ଆଇସିସି ଓଡିଆଇ କ୍ରିକେଟ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଏହି ବିଶ୍ୱକପ ୧୨ବର୍ଷ ପରେ ଭାରତରେ ଆରମ୍ଭ ହେଉଛି ଏବଂ ଏହା ୫ ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି।
ସେପଟେ ଅନୁଷ୍କା ଗର୍ଭବତୀ ଅଛନ୍ତି ବୋଲି ଆଉ ଏକ କାରଣରୁ ବି ଅନୁମାନ କରାଯାଉଛି। କିଛି ଦିନ ତଳେ ଏହି ଲର୍ଭବାର୍ଡସଙ୍କୁ ଏକ ମାର୍ଟନିଟି କ୍ଲିନିକ୍ ବାହାରେ ଦେଖିବାକୁ ମିଳିଥିଲା। ୨୦୧୭ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ରିକେଟର୍ ବିରାଟ କୋହଲି। ବିବାହର ୩ ବର୍ଷ ପରେ ୨୦୨୧ ମସିହାରେ ସେମାନଙ୍କର ଏକ ଝିଅ ଜନ୍ମ ହୋଇଥିଲ. ଯାହାର ନାମ ଭମିକା ରଖାଯାଇଥିଲା ।