ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ବଲିଉଡ କ୍ୟୁଇନ୍ ଐଶ୍ୱର୍ୟ୍ୟା ରାୟ ବଚ୍ଚନ । ‘ପ୍ୟାରିସ୍ ଫ୍ୟାଶନ ୱିକ୍’ର ଲ’ଅରିଆଲ୍ ‘ଶୋ’ରେ ଭାଗ ନେଇଛନ୍ତି । ତାଙ୍କ ଝିଅ ଆରାଧ୍ୟା ବଚ୍ଚନ ମଧ୍ୟ ଯାଇଛନ୍ତି । ଏହାସହ ଅମିତାଭଙ୍କ ନାତୁଣୀ ନବ୍ୟା ନାବେଲି ନନ୍ଦା ମଧ୍ୟ ‘ପ୍ୟାରିସ ଫ୍ୟାଶନ ୱିକ୍’ରେ ଡେବ୍ୟୁ କରିଥିଲେ। ଗତକାଲି ନବ୍ୟା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପ୍ୟାରିସରୁ କିଛି ଫଟୋ ସେୟାର କରିଥିଲେ। ‘L Oreal ର ଭାରତୀୟ ଆମ୍ଵାସାଡର ହୋଇ ଐଶ୍ୱର୍ୟ୍ୟା ପ୍ରତିବର୍ଷ ଏହି କାର୍ୟ୍ୟକ୍ରମର ଏକ ଅଂଶ ହୁଅନ୍ତି । ଯାହାର ଫଟୋ, ଏବଂ ଭିଡିଓ ଗତକାଲିଠୁ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଏହି ଭିଡିଓରେ ଅଭିନେତ୍ରୀ ଏକ ଗୋଲ୍ଡେନ୍ ରଙ୍ଗର ଶିମିରି ଗାଉନରେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଫ୍ୟାଶନ୍ ସୋ’ରେ ଐଶ୍ୱର୍ୟ୍ୟା ତାଙ୍କ ଗ୍ଲାମରସ୍ ଗାଉନ୍ ସହିତ ଖୋଲା କେଶରେ ବହୁତ ସୁନ୍ଦର ଦେଖାଯାଉଥିଲେ। ଅଭିନେତ୍ରୀ ନିଜେ ମଞ୍ଚରୁ ଫ୍ଲାଇଙ୍ଗ କିସ୍ ଦେଇ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ତାଙ୍କର ଏହି ଲୁକ୍ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ପ୍ରଶଂସକମାନେ ତାଙ୍କ ବିଶେଷ ଲୁକକୁ ବହୁତ ପ୍ରଶଂସା କରୁଛନ୍ତି ।