ଓଡ଼ିଶା ୩୬୫ (ବ୍ୟୁରୋ): ଭୂକମ୍ପରେ ଥରିଲା ହରିୟାଣା । ହରିୟାଣାରେ ଭୂ-କମ୍ପ ଝଟକା ଲାଗିଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୨.୬ ରହିଛି। ଏହି ଭୂ-କମ୍ପ ଯୋଗୁ ରୋହତକ ଏବଂ ଏହାର ଆଖପାଖ ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ରବିବାର ରାତି ୧୧ଟା୨୬ରେ ଏହି ଭୂ-କମ୍ପ ଘଟିଛି।
ଭୂ-କମ୍ପର କେନ୍ଦ୍ରସ୍ଥଳ ହରିୟାଣାର ରୋହତକଠାରୁ ୭ କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବରେ ଥିବା ଖେଡି ସୋଦ ଗ୍ରାମରେ ରହିଛି। ତେବେ ଏହି ସ୍ଥାନରେ ପୂର୍ବରୁ ଦୁଇଥର ଭୂମିକମ୍ପ ହୋଇସାରିଛି।