ଓଡ଼ିଶା
365 (ବ୍ୟୁରୋ): ରାଜ୍ୟ ବିଜେପି
ଯୁବମୋର୍ଚ୍ଚାର ହୋଇଛି ନବକଳେବର। ବିଭିନ୍ନ ବିଭାଗରେ କାର୍ଯ୍ୟକର୍ତ୍ତାଙ୍କୁ ନିଯୁକି କରିଛି ଦଳ।
ଦଳର ଯୁବମୋର୍ଚ୍ଚା
ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଯୁବ ମୋର୍ଚ୍ଚାର ଏହି ନୂଆ ଟିମ୍ ଗଢ଼ିଛନ୍ତି । ଯୁବମୋର୍ଚ୍ଚାର
ରାଜ୍ୟ ପଦାଧିକାରୀ, ରାଜ୍ୟ
କାର୍ଯ୍ୟକାରିଣୀ ସଦସ୍ୟ, ସ୍ୱତନ୍ତ୍ର
ନିମନ୍ତ୍ରିତ ସଦସ୍ୟ ଓ ବିଭିନ୍ନ ବିଭାଗ ପାଇଁ ସଂଯୋଜକ ଓ ସହ ସଂଯୋଜକଙ୍କ ନାମ ତାଲିକା ଘୋଷଣା
କରିଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ ପରେ ସେ ନିଜର ନୂଆ ଟିମ୍ ଘୋଷଣା
କରିଛନ୍ତି ।ଯୁବ
ମୋର୍ଚ୍ଚା ରାଜ୍ୟ ଉପସଭାପତି ଭାବେ ବିଶ୍ୱଜିତ ଷଡ଼ଙ୍ଗୀ, ସଂଗ୍ରାମ ପାତ୍ର, ନୀଳାଦ୍ରି ପାତ୍ର, ଅଙ୍କୁଶ ବର୍ମା, ସଞ୍ଜଳୀ ମୁର୍ମୁ, ପ୍ରକାଶ ମଲ୍ଲିକଙ୍କୁ ଦାୟିତ୍ୱ ଦିଆଯାଇଛି ।
ଦୀପକ ଗୋଚ୍ଛାୟତ ଓ ସୁଜିତ୍ ସିଂହ ରାଜ୍ୟ ସାଧାରଣ ସମ୍ପାଦକ ଦାୟିତ୍ୱ ତୁଲାଇବେ । ସୁବ୍ରତ
ବିଶ୍ୱାଳ, ଜୀବନ
ରାଉତ, ଗଗନ ଓଝା, ମାନସ ସାହୁ, ଟୁଟୁନ ପାତ୍ର ଓ ପ୍ରକାଶ ପାଇକରାୟ ରାଜ୍ୟ
ସମ୍ପାଦକ ନିଯୁକ୍ତ ହୋଇଛନ୍ତି ।
ସେହିପରି ରାଜେଶ ମହାକୁଡ
କୋଷାଧ୍ୟକ୍ଷ ଓ ଆଶୁତୋଷ ସାହୁ ସହ କୋଷାଧ୍ୟକ୍ଷ ରହିବେ । ଆଶୁତାଷ ବେହେରା କାର୍ଯ୍ୟାଳୟ ସମ୍ପାଦକ, ସ୍ମରଜିତ୍
ମହାନ୍ତି ଗଣମାଧ୍ୟମ ସଂଯୋଜକ ଓ ଓମ୍ ପ୍ରିୟଦର୍ଶୀ ଛୋଟରାୟ ସାମାଜିକ ଗଣମାଧ୍ୟମ ସଂଯୋଜକ ରହିବେ
। ଯୁବ ମୋର୍ଚ୍ଚାର ବିଭିନ୍ନ ବିଭାଗ ପାଇଁ ସଂଯୋଜକ ଓ ସହ ସଂଯୋଜକ ଭାବେ ୭୭ ଜଣଙ୍କୁ ଦାୟିତ୍ୱ
ବଣ୍ଟାଯାଇଛି । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ୨୯ ଜଣ ଓ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ
ଭାବେ ୩୧ଜଣଙ୍କୁ ମନୋନୀତ କରାଯାଇଛି।