ଓଡ଼ିଶା 365 (ବ୍ୟୁରୋ) : ଅକ୍ଟୋବର ୧ ତାରିଖରୁ ବିଦେଶ ଯାତ୍ରା ମହଙ୍ଗା ହେବାକୁ ଯାଉଛି। ରବିବାର ଠାରୁ ମହଙ୍ଗା ହେବାକୁ ଯାଉଛି ବିଦେଶୀ ଟୁର୍ ପ୍ୟାକେଜ । ଏଣିକି ବିଦେଶ ଯାତ୍ରା ପାଇଁ ୨୦ପ୍ରତିଶତ ଟିସିଏସ ଦେବାକୁ ପଡିବ। ଏହି ନିୟମ ଆସନ୍ତାକାଲି ଠାରୁ । ବର୍ତ୍ତମାନ ଦେଶୀ ଟୁର୍ ପ୍ୟାକେଜ ଉପରେ ୫ ପ୍ରତିଶତ ଟିସିଏସ ଆଦାୟ କରାଯାଉଛି । ଯାହା ଆସନ୍ତାକାଲି ଠାରୁ ୨୦ ପ୍ରତିଶତ ହେବ। କିନ୍ତୁ ଯଦି ଆପଣଙ୍କର ଟୁର୍ ପ୍ୟାକେଜ ୭ ଲକ୍ଷରୁ କମ ତେବେ ଆପଣଙ୍କୁ କେବଳ ୫ ପ୍ରତିଶତ ଟିସିଏସ ଦେବାକୁ ପଡିବ। ସରକାରଙ୍କ ଏହି ନିଷ୍ପତ୍ତି ପର୍ଯ୍ୟଟନ ଶିଳ୍ପ ଉପରେ ପ୍ରଭାବ ପକାଇପାରେ ବୋଲି ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି। ସେପଟେ । ଟ୍ରାଭେଲ ଏଜେଣ୍ଟସ ଆସୋସିଏସନ ଅଫ ଇଣ୍ଡିଆ ସରକାରଙ୍କୁ ଏହି ଟିସିଏସ ଉପରେ ରୋକ ଲଗାଇବାକୁ ଦାବି କରିଛି। ଏହି କାରଣରୁ ଘରୋଇ ଟୁର୍ ଅପରେଟରମାନେ କ୍ଷତି ସହିବେ ବୋଲି ଟ୍ରାଭେଲ ଏଜେଣ୍ଟସ ଆସୋସିଏସନ ଅଫ ଇଣ୍ଡିଆ କହିଛି।