ଓଡ଼ିଶା 365 (ବ୍ୟୁରୋ): ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ବଢୁଛି ଜଳସ୍ତର । ଏହାକୁ ଦୃଷ୍ଟିରେ ରଖି ଖୋଲାଯାଇଛି ଆଉ ୩ ଗେଟ୍ । ଏବେ ସମୁଦାୟ ୧୦ଟି ଗେଟ୍ ଦେଇ ନିଷ୍କାସନ ହେଉଛିବନ୍ୟାଜଳ। ଡ୍ୟାମର ବାମ ପାର୍ଶ୍ୱର ୭ ଟି ଓ ଡାହାଣ ପାର୍ଶ୍ୱର ୩ଟି ଗେଟ୍ ଖୋଲାଯାଇଛି । ତେବେ ହୀରାକୁଦରେ ଜଳସ୍ତର ୬୨୯.୬୫ ଫୁଟରେ ପହଞ୍ଚିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୧୬ ହଜାର ୮୮ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ, ନିଷ୍କାସିତ ହେଉଛି ୧ ଲକ୍ଷ ୫୪ ହଜାର ଘନଫୁଟ ବନ୍ୟାଜଳ । ଏହା ସହ ଆଜି ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଲଘୁଚାପ ସକ୍ରିୟ ରହିଥିବାରୁ ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅକ୍ଟୋବର 3 ଯାଏଁ ରାଜ୍ୟର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆଶଙ୍କା କରିଛି ।