ଓଡ଼ିଶା365(ବ୍ୟୁରୋ): ବଢିଲା ୨୦୦୦ ଟଙ୍କିଆ ନୋଟ୍ ବଦଳ ଅବଧି। ଆଜି ବଦଳ କରାଇବାର ଶେଷ ତାରିଖ ଥିବାବେଳେ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏହି ଅବଧିକୁ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛି। ସୂଚନା ଅନୁସାରେ, ୨୦୦୦ ଟଙ୍କିଆ ନୋଟ୍ ଜମା ଏବଂ ବଦଳ ସମୟସୀମାକୁ ମାସେ ବୃଦ୍ଧି କରାଯିବାର ଥିଲା, ମାତ୍ର ବଦଳ ପାଇଁ ଆରବିଆଇ ଆଉ ସପ୍ତାହେ ସମୟ ଦେଇଛି। ବିଦେଶରେ ଥିବା ଲୋକଙ୍କୁ ପ୍ରାଧାନ୍ୟ ଦିଆଯାଇ ଏହି ନିଷ୍ପତ୍ତି ନିଆଯାଇଛି। ନିକଟରେ ଆରବିଆଇ ଏନେଇ ଏକ ସର୍କୁଲାର୍ ଜାରି କରିଥିଲା। ଏଥିରେ ବିମୁଦ୍ରିକରଣ ପରେ ଛପା ଯାଇଥିବା ୨୦୦୦ ଟଙ୍କିଆ ନୋଟକୁ ବଦଳ କରିବା ପାଇଁ ଆରବିଆଇ ଘୋଷଣା କରିଥିଲା। ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ୨୦୦୦ ଟଙ୍କିଆ ନୋଟ୍ ଜମା କିମ୍ବା ବ୍ୟାଙ୍କରେ ବଦଳ କରାଇବାକୁ କହିଥିଲା ବ୍ୟାଙ୍କ୍। ବ୍ୟାଙ୍କ ଆହୁରି କହିଛି ଯେ, ଡେଡଲାଇନ୍ ଶେଷ ପରେ ବି ୨୦୦୦ ଟଙ୍କିଆ ନୋଟ୍ ବୈଧ ରହିବ। କାରଣ ବର୍ତ୍ତମାନ ସୁଦ୍ଧା ୩ କୋଟି ୫ ଲକ୍ଷ ୬୦୦୦ ଟଙ୍କା ଫେରିଥିବା ବେଳେ ଆହୁରି ୨୫ ହଜାର କୋଟିର ନୋଟ୍ ଫେରିନି। ତେଣୁ ଛପା ଯାଇଥିବା ଏସବୁ ନୋଟକୁ ଫେରସ୍ତ ପାଇଁ ବ୍ୟାଙ୍କ୍ ବଦଳି ଅବଧିକୁ ଆଉ ସାତ ଦିନ ବୃଦ୍ଧି କରିଛନ୍ତି।