ଓଡ଼ିଶା 365 (ବ୍ୟୁରୋ) : ଭାରତ-ବାଂଲାଦେଶ ଅନ୍ତର୍ଜାତୀୟ ସୀମାରେ ବିଏସଏଫର ୬୮ ବାଟାଲିୟନର ଯବାନମାନେ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣକୁ ପଣ୍ଡ କରିଛନ୍ତି । ଦକ୍ଷିଣ ପଣ୍ଚିମବଙ୍ଗର ସୀମାନ୍ତ ଅନ୍ତର୍ଗତ ଉତ୍ତର ୨୪ ପରଗଣା ଜିଲାର ସୀମା ଆଉଟପୋଷ୍ଟ ମଧୁପୁରଠାରେ ଏହି ଘଟଣା ଘଟିଛି । ଚାରିଟି ବିଦେଶୀ ପିସ୍ତଲ, ଆଠଟି ମାଗାଜିନ ଏବଂ ୫୦ ଟି ଲାଇଭ କାର୍ଟ୍ରିଜ ଜବତ କରିଛନ୍ତି ବିଏସଏଫ ଯବାନ । ଚୋରା ଚାଲାଣକାରୀମାନେ ଏହି ଅସ୍ତ୍ରଗୁଡ଼ିକୁ ଭାରତରୁ ବାଂଲାଦେଶକୁ ନେବାକୁ ଚେଷ୍ଟା କରୁଥିଲେ ବୋଲି ବିଏସଏଫ ସୂଚନା ଦେଇଛି । ଦକ୍ଷିଣ ପଣ୍ଚିମବଙ୍ଗର ସୀମାନ୍ତ ବିଏସଏଫର ଜନସମ୍ପର୍କ ଅଧିକାରୀଙ୍କ ସୂଚନା ଅନୁସାରେ, ଏହି ଘଟଣା ଶୁକ୍ରବାର ମଧ୍ୟରାତ୍ରିରେ ରାତି ପ୍ରାୟ ୧୨ଟା ୩୦ ସମୟରେ ଘଟିଥିଲା। ବିଏସଏଫ ଯବାନମାନେ ବାଂଲାଦେଶ ସୀମାରୁ କିଛି ସାମଗ୍ରୀ ନେଇ ଭାରତୀୟ ସୀମାକୁ ପ୍ରବେଶ କରୁଥିବା ସିସିଟିଭି କ୍ୟାମେରାରେ ତିନି ଜଣଙ୍କୁ ଦେଖିବାକୁ ମିଳିଥିଲା । ଯବାନମାନେ ସେମାନଙ୍କୁ ଚେତାବନୀ ଦେବାପରେ ଯବାନମାନେ ଗୁଳି ଚାଳନା କରିଥିଲେ। ଚୋରା ଚାଲାଣକାରୀମାନେ ବାଂଲାଦେଶ ଆଡକୁ ଦୌଡ଼ି ପଳାଇଥିଲେ। ପରେ ସେହି ସ୍ଥାନରୁ ଏକ ବ୍ୟାଗ ଉଦ୍ଧାର କରାଯାଇଥିଲା । ଯେଉଁଥିରେ ଚାରିଟି ଆମେରିକାର ପିସ୍ତଲ,୮ଟି ମାଗାଜିନ ଏବଂ ୫୦ ଟି କାର୍ଟ୍ରିଜ ମିଳିଥିଲା। ଜବତ ସାମଗ୍ରୀ ବଗଦାହ ପୋଲିସ ଷ୍ଟେଶନକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି ।