ଓଡ଼ିଶା 365 (ବ୍ୟୁରୋ): ଢେଙ୍କାନାଳ ଜିଲ୍ଲା ମହାବୀରରୋଡ୍ ରେଞ୍ଜର ମହାବୀରରୋଡ଼ ବଜାର ନିକଟରେ ଉତ୍ପାତ ମଚଉଛି ଗୋଠଛଡା ଦନ୍ତା। କେଉଁଛି ଘରଭାଙ୍ଗୁଛି ତ କେଉଁଠି ଲୋକଙ୍କୁ ଆକ୍ରମଣ କରିବାକୁ ଗୋଡାଉଛି । ହାତୀଟି ମହାବୀରରୋଡ ବଜାର ନନା ହୋଟେଲ ପଛ ପାଖରେ ବୁଲୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏହାଦେଖି ଗ୍ରାମବାସୀ ଭୟଭୀତ ହୋଇଯାଇଥିଲେ । ଗ୍ରାମବାସୀ ହୋହଲ୍ଲା କରିବାରୁ ହାତୀଟି ଅତି କ୍ଷୀପ୍ରଗତିରେ ଲୋକଙ୍କୁ ଗୋଡାଇଥିଲା । ଗୋଡାଇବା ବେଳର ଭିଜୁଆଲ ବଜାରରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ।
ତେବେ ହାତୀଟି ଗୋଡ଼େଇବା ଫଳରେ ଲୋକମାନେ ଭୟଭୀତ ହୋଇ ଏଣେତେଣେ ଦୌଡିଥିବାର ଦେଖିବାକୁ ମିଳିଛି । ଖବର ପାଇ ବନ ବିଭାଗ ହାତୀକୁ ଘଉଡାଇଥିଲେ । ଏବେ ହାତୀଟି ମହାବୀରରୋଡ୍ ରେଞ୍ଜର ପଙ୍ଗାତିରା ଜଙ୍ଗଲରେ ଅଛି । ବନ ବିଭାଗ ତା ଉପରେ କଡା ନଜର ରଖିଛି । ଏ ଅଞ୍ଚଳରେ ଏକ ୭ ଟିକିଆ ହାତୀ ପଲ ବୁଲୁଥିଲେ । ଏହି ହାତୀପଲରୁ ଗୋଠଛଡା ହୋଇ ଅଲଗା ବୁଲୁଛି ।