ଓଡ଼ିଶା 365 (ବ୍ୟୁରୋ): ଛୋଟ ଠାରୁ ବୟସ୍କ ସମସ୍ତେ ଖାଦ୍ୟ ଖାଇଥାନ୍ତି । ଖାଦ୍ୟ ଆପଣଙ୍କ ଶରୀରକୁ ଶକ୍ତି ଯୋଗାଇଥାଏ । କିଏ କମ୍ ଖାଦ୍ୟ ଖାଏ ତ ଆଉ କିଏ ବେଶି ।ହେଲେ ବଞ୍ଚିବା ପାଇଁ ତ ସମସ୍ତଙ୍କୁ ଖାଦ୍ୟର ଆବଶ୍ୟକତା ପଡିଥାଏ । କିଛି ଲୋକ ଅଛନ୍ତି ନିଜ ପସନ୍ଦର ଖାଦ୍ୟ ଖାଇଥାନ୍ତି । କାହାର ଲୁଣ ଅଧିକ ଦରକାର ପଡିଥାଏ ତ ଆଉ କିଏ ଅଧିକ ପରିମାଣରେ ରାଗ ଖାଇଥାଏ । ବେଳେ ବେଳେ ଆବଶ୍ୟକଠାରୁ ଅଧିକ ରାଗ ମଧ୍ୟ ଖାଇଦେଇଥାନ୍ତି । ସେମାନେ ଖାଦ୍ୟପଦାର୍ଥରେ ଆବଶ୍ୟକଠାରୁ ଅଧିକ ଲଙ୍କା ଗୁଣ୍ଡର ବ୍ୟବହାର କରିଥାନ୍ତି । ଏହାର ପରିଣତି ଖୁବ୍ ବିପଦଜନକ ହୋଇପାରେ । ଖାଦ୍ୟକୁ ରାଗ କରିବା ପାଇଁ ସାଧାରଣତଃ ଆମେ ଲାଲ୍ଲଙ୍କାର ବ୍ୟବହାର କରିଥାଉ । ଏହା ଶରୀର ପାଇଁ କ୍ଷତିକାରକ। ଆଜ୍ମା ରୋଗୀଙ୍କ ପାଇଁ ଲାଲ୍ ଲଙ୍କା ଖୁବ୍ ହାନିକାରକ । ଯଦି ଆପଣ ନିୟମିତ ଅଧିକ ଲାଲ୍ଲଙ୍କା ଖାଉଥାନ୍ତି, ତେବେ ଆଜ୍ମା ସମସ୍ୟା ବଢିଯାଇପାରେ । ଏପରିକି ଆଜ୍ମା ଆଟାକ୍ର ଆଶଙ୍କା ବହୁ ମାତ୍ରାରେ ବଢିପାରେ । ଆପଣ ଆବଶ୍ୟକଠାରୁ ଅଧିକ ଲାଲ୍ଲଙ୍କା ଖାଉଥାନ୍ତି ତେବେ ପାଚନ ତନ୍ତ୍ରରେ ସମସ୍ୟା ଆସିପାରେ, ଯାହା ଫଳରେ ପୋଷକ ତତ୍ତ୍ୱର ଅଭାବ ହୋଇଥାଏ । ବାରମ୍ବାର ଲାଲ୍ ଲଙ୍କା ଖାଇବା ଦ୍ୱାରା ବାନ୍ତି ହେବାର ଆଶଙ୍କା ବଢିଥାଏ ।
ମାତ୍ରାଧିକ ଲାଲ୍ଲଙ୍କା ଖାଇବା ଦ୍ୱାରା ଆଫ୍ଲାଟ୍କ୍ସିନ୍ ତତ୍ତ୍ୱ ପେଟ ଓ ଲିଭର୍ରେ କର୍କଟର କାରଣ ସାଜିପାରେ । ତେଣୁ ଅଧିକ ମାତ୍ରାର ଲାଲ୍ ଲଙ୍କା ଖାଇବା ଦ୍ୱାରା ପେଟରେ ଯନ୍ତ୍ରଣା ଓ କବ୍ଚର ସମସ୍ୟା ଆସିପାରେ । ଯଦି ଆପଣ ଗର୍ଭବତୀ । ତେବେ ଲାଲ୍ ଲଙ୍କାଠାରୁ ଯଥାସମ୍ଭବ ଦୂରେଇ ରହିବା ଜରୁରି । ଏହି ସମୟରେ ଅଧିକ ଲାଲ୍ ଲଙ୍କା ଖାଇବା ଦ୍ୱାରା ସମୟ ପୂର୍ବରୁ ସନ୍ତାନ ଜନ୍ମ ହେବାର ଆଶଙ୍କା ରହିଥାଏ । ଏହାବ୍ୟତୀତ ସନ୍ତାନଠାରେ ଶ୍ୱାସଜନିତ ସମସ୍ୟା ବଢିବାର ଆଶଙ୍କା ଉପୁଜିଥାଏ । ତେଣୁ ରାଗ ଖାଇବା ଠାରୁ ନିଜକୁ ଦୁରେଇ ରଖନ୍ତୁ ଏବଂ ସୁସ୍ଥ ରୁହନ୍ତୁ ।