ଓଡ଼ିଶା 365 (ବ୍ୟୁରୋ) :ଭାରତୀୟ ହାଇ କମିଶନରଙ୍କୁ ଧାର୍ମିକ ସ୍ଥାନକୁ ପ୍ରବେଶ କରାଇ ଦିଆଯାଇ ନାହିଁ। ଏହି ଘଟଣା ବ୍ରିଟେନର ସ୍କଟଲ୍ୟାଣ୍ଡରେ ଏହି ଘଟଣା ସାମ୍ନାକୁ ଆସିଛି । ଖାଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜ୍ଜରଙ୍କ ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ବିବାଦ ଲାଗି ରହିଛି। ଏହାରି ଭିତରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଏହାକୁ ସାରା ଦେଶରେ ନିନ୍ଦା କରାଯାଉଛି। ଏହି ଘଟଣାକୁ ବିଜେପି କଡ଼ା ନିନ୍ଦା କରିଛି ।ବିଜେପି ନେତା ମନଜିନ୍ଦର ସିଂ ସିରସା ମଧ୍ୟ ଘୋର ନିନ୍ଦା କରିଛନ୍ତି। ଏହା ସହିତ ଗୁରୁଦ୍ୱାରରେ ଭାରତୀୟ ହାଇ କମିଶନରଙ୍କ ସହ ଅସଦାଚରଣ ପ୍ରସଙ୍ଗ ବ୍ରିଟେନ ସମ୍ମୁଖରେ ଉଠିଛି। ସୂଚନା ଅନୁସାରେ, ବ୍ରିଟେନର ଭାରତର ହାଇ କମିଶନର ବିକ୍ରମ ଡୋରେସ୍ବାମୀଙ୍କୁ କିଛି ଉଗ୍ରବାଦୀମାନେ ଗ୍ଲାସଗୋରେ ଗୁରୁଦ୍ୱାର ପରିଦର୍ଶନ କରିବା ବନ୍ଦ କରିଦେଇଥିଲେ। ସେମାନଙ୍କ ସହ ଯୁକ୍ତିତର୍କ କରିବା ପରିବର୍ତ୍ତେ ଭାରତୀୟ ହାଇ କମିଶନର ସେଠାରୁ ଚାଲିଯିବା ଯାଇଥିଲେ । ବ୍ରିଟିଶ ବୈଦେଶିକ ମନ୍ତ୍ରଣାଳୟ ଏବଂ ପୋଲିସ ସହିତ ଏହି ପ୍ରସଙ୍ଗ ଉଠାଇଛି ଭାରତ ।