ଓଡ଼ିଶା 365 (ବ୍ୟୁରୋ) : ବର୍ତ୍ତମାନ ସମୟରେ ଖୁବ କମ୍ ବୟସ ବଢ଼ିବା ସହିତ ନୂଆ ନୂଆ ରୋଗ ସାମ୍ନାକୁ ଆସୁଛି । ଲୋକମାନଙ୍କୁ ଏବେ କମ୍ ସମୟରେ ହିଁ ନାନାଦି ପ୍ରକାରର ରୋଗଗ୍ରାସ କରୁଛି । ତେବେ ଏହା ପଛରେ ବର୍ତ୍ତମାନ ଲୋକମାନଙ୍କ ଶରୀରରେ ଥିବା କମ୍ ରୋଗପ୍ରତିରୋଧ ଶକ୍ତି ହେଉଛି ମୁଖ୍ୟ କାରଣ । କେବଳ ଏତିକି ନୁହେଁ ମେଦ ବହୁଳତା ,କମ ବ୍ୟାୟମ, ତେଲମସଲା ଯୁକ୍ତ ଖାଦ୍ୟ ମଧ୍ୟ ରୋଗକୁ ଆହ୍ୱାନ ଦେଉଛି । ଏବେ କମ ବୟସରୁ ହିଁ ଲୋକମାନଙ୍କ ଶରୀରରେ କମ କ୍ୟାଲସିୟମ ଦେଖିବାକୁ ମିଳୁଛି । କମ କ୍ୟାଲସିୟମ ଯାହାକି ଶରୀରରେ ହାଡ, ଗଣ୍ଠିବିନ୍ଧା ଆଦି ସମସ୍ୟା ପାଇଁ ଦାୟୀ । ତେବେ ଆଣ୍ଠୁଗଣ୍ଠି ବିନ୍ଧା କାହିଁକି ହୁଏ ? ଏବଂ ଏହାକୁ ସମୟପୂର୍ବରୁ କିପରି ଏଡାଇ ହେବ? ଏବଂ ଏହା ପାଇଁ ଉପଚାର କଣ ଆସନ୍ତୁ ଜାଣିବା ଆପଣ ଅନେକ ଚଳଚିତ୍ରରେ ଦେଖିଥିବେ ରାଜାରଜୱାଡା ମାନଙ୍କର ସେବା କରିବା ପାଇଁ ଅନେକ ଲୋକରହିଥାନ୍ତି । ସେଥିମଧ୍ୟରୁ କିଛି ଲୋକ ରାଜ ମାନଙ୍କର ଆଣ୍ଠୁ ମୋଡୁ ଥିବାର ମଧ୍ୟ ଦେଖିବାକୁ ମିଳେ । ତେବେ ଏହା ପଛରେ ମଧ୍ୟ କାରଣ ରହିଛି ।
ମୁଖ୍ୟତ ରାଜା ମାନଙ୍କୁ ଆଣ୍ଠୁ ଗଣ୍ଠିରେ ଅନେକ ସମସ୍ୟା ରହିଥାଏ । ସେମାନଙ୍କର ଖାଦ୍ୟ ଏବଂ ରହଣୀସହଣୀ ପାଇଁ ତାଙ୍କୁ ବିଭିନ୍ନ ରୋଗ ଆକ୍ରାନ୍ତ କରିଥାଏ । ଯାହାର ଫଳ ସ୍ୱରୁପ ତାଙ୍କୁ ଏହି ଭଳି ଆଣ୍ଠୁଗଣ୍ଠି ରୋଗ ମାଡିବସେ । ତେଣୁ ଆଣ୍ଠୁଗଣ୍ଠି ରୋଗଙ୍କୁ କେହି କେହି ରାଜାମାନଙ୍କର ରୋଗ ବୋଲି ମଧ୍ୟ କହିଥାଆନ୍ତି । ତେବେ ୨୬୦୦ ବର୍ଷ ପୂର୍ବରୁ ମଳିଥିବା ଅନେକ ପୁରୁଣା ଦସ୍ତାବିଜରେ ଏହି ରୋଗ ବିଷୟରେ ବର୍ଣ୍ଣନା କରାଯାଇଛି । ଯାହା ସୂଚାଇ ଦିଏ ଯେ ଏହି ରୋଗ ବର୍ତ୍ତମାନ ସମୟରେ ନୁହେଁ ବରଂ ବହୁ ପ୍ରାରମ୍ଭିକ ସମୟରୁ ରହି ଆସିଛି । ରୋଗକୁ ଗ୍ରୁଟ ବା ଅର୍ଥ୍ରାଇଟିସ ବୋଲି କୁହାଯାଏ । ଏହାଦ୍ୱାରା ଶରୀରର ଗଣ୍ଠି ସ୍ଥାନରେ ଏବଂ ଏହାର ଆଖ ପାଖରେ ସୋଡିୟମ ୟୁରେଟର କିଛି ସ୍ଫଟିକ ମାନ ଗଢ଼ି ହେବାର ଲାଗେ । ଯାହା ଦ୍ୱାରା ପ୍ରବଳ ଯନ୍ତ୍ରଣା ସହ ଫୁଲା ସୃଷ୍ଟି ହୁଏ । ଏହା ମୁଖ୍ୟତ ଆଙ୍ଗୁଠି ଗଣ୍ଠି,ଗୋଡ ଗଣ୍ଠି,ଆଣ୍ଠୁ ଗଣ୍ଠିକୁ ପ୍ରଭାବିତ କରେ ।